ଭାରତ

ଆଜି ପ୍ରଥମ ପର୍ଯ୍ୟାୟ ମତଦାନ

ଦେଶରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଆସନ ପାଇଁ ଭୋଟିଂ ହେବ । ତାମିଲନାଡୁର ୩୯ଟି ଆସନ୍, ରାଜସ୍ଥାନର ୧୨ଟି, ଉତ୍ତର ପ୍ରଦେଶର ୮ଟି, ମଧ୍ୟପ୍ରଦେଶର ୬ଟି ଏବଂ ମହାରାଷ୍ଟ୍ର, ଆସାମ ଏବଂ ଉତ୍ତରାଖଣ୍ତର ୫ଟି ଆସିନ ପାଇଁ କାଲି ମତଦାନ ହେବାକୁ ଥିବା ବେଳେ ପୁଡୁଚେରୀ, ଜମ୍ମୁକାଶ୍ମୀର, ଆଣ୍ତାମାନ ଏବଂ ନିକୋବରରେ ୧ଟି ଆସନରେ ଭୋଟ୍ ଦେବେ ଜନତା ।

ସୂଚନା ଅନୁସାରେ, ମାଓପ୍ରବଣ ବସ୍ତରରେ ମଧ୍ୟ ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ । ୧୭ଟି ରାଜ୍ୟ ଏବଂ ୪ କେନ୍ଦ୍ରଶାସିତ ଅଞ୍ଚଳକୁ ମିଶାଇ ମୋଟ୍ ୧୦୨ଟି ସିଟରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ଚେନ୍ନାଇ ସାଉଥରୁ ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ଟି. ସୁନ୍ଦରରାଜନ, ଥୁଥୁକୁଡିରୁ କାନିମୋଇ ଏବଂ କୁଚବେହାରରୁ ନିଶିଥ ପରମାଣିକଙ୍କ ପରି ନେତାଙ୍କ ଭାବ୍ୟ ପରୀକ୍ଷା ହେବ । ସେହିପରି ପିର ଫୋକସରେ ରହିବ କମଲନାଥଙ୍କ ପୁଅ ନକୁଲ ନାଥ ।

 

Related posts

ଅନୁପ୍ରବେଶ ବେଳେ ଧରାହେଲେଣି ୧୧

mahabharatanews

କଂଗ୍ରେସରୁ ପ୍ରାର୍ଥୀ ହେବେ ସ୍ୱରା ଭାଷ୍କର

mahabharatanews

ହେମନ୍ତ ସୋରେନ୍ ଙ୍କୁ ବେଲ୍

mahabharatanews