ଭାରତ

ଆରପାରିରେ ଭେଟେରାନ କନ୍ନଡ ଅଭିନେତା ରାଜେଶ

(ମୁମ୍ବାଇ) : ପରଲୋକରେ ଭେଟେରାନ କନ୍ନଡ ଅଭିନେତା ରାଜେଶ। ୮୯ ବର୍ଷ ବୟସରେ ସେ କିଡନୀ ଜନିତ ସମସ୍ୟା ଏବଂ ବୟସ ଜନିତ ରୋଗରେ ପୀଡିତ ଥିଲେ। ଯେଉଁଥିପାଇଁ ତାଙ୍କୁ ଫେବୃଆରୀ ୯ ରେ ବାଙ୍ଗାଲୋରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି।

ସୂଚନାନୁଯାୟୀ , ଅଭିନେତା ରାଜେଶ ବାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ମୁନି ଚୌଡପ୍ପା। ସେ ନିଜ ପିତାମାତାଙ୍କ ଇଚ୍ଛା ବିରୁଦ୍ଧରେ ଅଳ୍ପ ବୟସରେ ଥିଏଟରରେ କାମ କରିବା ଆରମ୍ଭ କରିଥିଲେ। ତାଙ୍କର ମଞ୍ଚ ନାମ ବିଦ୍ୟା ସାଗର ଥିଲା। ରାଜେଶ ଶକ୍ତି ଡ୍ରାମା ବୋର୍ଡ ନାମକ ଏକ ଥିଏଟର ଟ୍ରୁପ୍ ଗଠନ କରିଥିଲେ।

Related posts

ଅଯୋଧ୍ୟାରେ ଶଦ୍ଧାଳୁଙ୍କ ପ୍ରବଳ ଭିଡ

mahabharatanews

ଆଜି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ୍, ବଜେଟ୍ରୁ ବଡ଼ ଆଶା ରଖିଛନ୍ତି ଜନତା

mahabharatanews

୬ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

mahabharatanews