ଭାରତ

ଆଜି ଓଡ଼ିଶା ଆସୁଛନ୍ତି ନୀତୀନ ଗଡ଼କରୀ ଓ ହିମନ୍ତ ବିଶ୍ଵ ଶର୍ମା

(ଭୁବନେଶ୍ୱର) : ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଓ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା । ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ କେନ୍ଦ୍ର ମନ୍ତ୍ରୀ ଗଡକରୀ । କୃଷ୍ଣପ୍ରସାଦରେ ଓ ପିପିଲିରେ ଜନସଭାକୁ ସମ୍ବୋଧନ କରିବେ । ମାଲକାନଗିରି ଏବଂ ଗଞ୍ଜାମ ଖଲ୍ଲିକୋଟରେ ପ୍ରଚାର ମଙ୍ଗ ଧରିବେ ହିମନ୍ତ ବିଶ୍ବଶର୍ମା ।

ସେପଟେ ଲଗାତାର ଦ୍ବିତୀୟ ଦିନ ଓଡ଼ିଶାରେ ପ୍ରଚାର କରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ । କୋରାପୁଟ, ଲକ୍ଷ୍ମୀପୁର ଓ ପଟାଙ୍ଗିରେ ଜନସଭାକୁ ସମ୍ବୋଧନ କରିବେ ବିଷ୍ଣୁଦେବ ସାଏ । ସେପଟେ ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ଏକ ବିଶାଳ ରୋଡ଼ ସୋ କରିବାର କର୍ଯ୍ୟକ୍ରମ ରହିଛି ।

Related posts

ଦିଲ୍ଲୀରେ ଜେଏନ୍‌.୧ର ୨୪ଟି ମାମଲା

mahabharatanews

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ଦୀପିକା ପାଦୁକୋଣଙ୍କ ମତ

mahabharatanews

ସଲମାନ ଓ ତାଙ୍କ ପ୍ରେମକୁ ନେଇ ମୁହଁ ଖୋଲିଲେ ଏଶ୍ୱର୍ଯ୍ୟା

mahabharatanews