ଓଡିଶା

କୋଟିଆବାସୀଙ୍କ ଭରସା ହରାଇବା ଦୁର୍ଭାଗ୍ୟପୂର୍ଣ୍ଣ ନୁହେଁ କି?

ଭୁବନେଶ୍ୱର/ଶିଳାସ୍ମିତା ରାୟ: ଓଡିଶାର ଅବିଚ୍ଛେଦ୍ୟ ଅଙ୍ଗ କୋଟିଆରେ ଆନ୍ଧ୍ର ସରକାର ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ କରି ଦେଲା ଓ ରାଜ୍ୟ ସରକାର ତଥା ତାଙ୍କ ସରକାରୀ ଦଳ ଓ କଳ ଖାଲି ଜଳ ଜଳ ହୋଇ ଦେଖିଥିବା ବେଳେ ଏବେ ଆରମ୍ଭ ହୋଇଛି ବାକ୍ ଯୁଦ୍ଧ । ନିର୍ବାଚନ ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ରାଜ୍ୟ ସରକାରଙ୍କୁ ସତର୍କ କରାଇ କହିଥିଲେ, ନେଡି ଗୁଡ କହୁଣିକୁ ବୋହି ଯିବା ପୂର୍ବରୁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ । ତାଙ୍କ ସତର୍କବାଣୀକୁ  ଦୁର୍ଭାଗ୍ୟପୂର୍ଣ୍ଣ କହିଛି ବିଜେଡି । ଜଣେ ଓଡିଆ ହୋଇ ଏଭଳି ବୟାନ ଦେବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି । ରାଜ୍ୟ ସରକାରକୁ ସତର୍କ କରିବା ଯଦି ଦୁର୍ଭାଗ୍ୟପୂର୍ଣ୍ଣ ତେବେ ରାଜ୍ୟ ଭିତରେ ପଶି ପଡୋଶୀ ଭୋଟ କରାଇବା କଣ ସୌଭାଗ୍ୟର କଥା? 
ନିର୍ବାଚନ ଦିନ ଦେଖାଗଲା, ଆନ୍ଧ୍ର ସୀମାନ୍ତବର୍ତ୍ତୀ କୋଟିଆ ଅଞ୍ଚଳକୁ ସରକାରୀ ଅଧିକାରୀ ଯାଇ ଲୋକଙ୍କୁ ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବୁଝାଶୁଝା କରି ନିର୍ବାଚନରୁ ଓହରିବାକୁ କାକୁତି ମିନତି କରୁଥିବା ବେଳେ ସେହି ଆଦିବାସୀ ଜନଜାତି ଅଧିକାରୀଙ୍କୁ କହୁଥିଲେ ଓଡିଶା ସରକାରର ଯୋଜନା ଆମେ ଜାଣୁନାହୁଁ । ଅଧିକାରୀଙ୍କ ଦେଖା ଏବେ ମିଳୁଛି, ପୂର୍ବରୁ କେବେ ଏମାନଙ୍କ ପାଦ ଏଇ ମାଟିରେ ପଡି ନାହିଁ । ଆମକୁ ସବୁ ସୁବିଧା ମିଳୁଛି ଆନ୍ଧ୍ରରୁ, ତେଣୁ ଆମେ ଆନ୍ଧ୍ର ନିର୍ବାଚନରେ ଭାଗ ନେବୁ । ଏଥିରୁ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ମୋ ସରକାରର ସଚିବ ହୃଦୟଜ୍ଞମ କରିବା କଥା ସରକାର ଯୋଜନା କେତେ ଦୂର ବ୍ୟାପ୍ତ । ଆନ୍ଧ୍ର ସରକାର ସେମାନଙ୍କ ସମସ୍ୟାରେ ଠିଆ ହୋଇଛି, ସେମାନଙ୍କୁ ସହାୟତାର ହାତ ବଢାଇଛି । ତେଣୁ ଆନ୍ଧ୍ର ନିର୍ବାଚନରେ ଭାଗିଦାର ହେବାକୁ ସେମାନେ ଶ୍ରେୟ ମଣିଛନ୍ତି, ଯାହା ଯଥାର୍ଥ ମଧ୍ୟ । କିନ୍ତୁ ଆମ ସରକାର ଯୋଜନା ଓ ପ୍ରକଳ୍ପକୁ ବିଶ୍ୱସ୍ତରୀୟ କରିବା ବେଳେ ରାଜ୍ୟବାସୀ ଯୋଜନା ସମ୍ପର୍କରେ ଅନଭିଜ୍ଞ ।


ଆମ ରାଜ୍ୟ ସରକାର ଶହ ଶହ କୋଟି ଟଙ୍କାର ଯୋଜନା ଆରମ୍ଭ କରୁଥିବା ବେଳେ ଯୋଜନାର ଶୁଭାରମ୍ଭରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପେଣ୍ଡାଲ ପରେ ପେଣ୍ଡାଲ ହେଉଛି । ଏଲଇଡି ଲାଗୁଛି । ଗଣମାଧ୍ୟମରେ ସେସବୁର ପ୍ରସାରଣ ହେଉଛି । କିନ୍ତୁ ରାଜ୍ୟର ଆଦିବାସୀ ଦୁଇ ଓଳି ଦୁଇ ଥର ଖାଦ୍ୟ ସଂଗ୍ରହ କରିବାକୁ ଅକ୍ଷମ । ଗାଁକୁ ରାସ୍ତାଟିଏ ନାହିଁ । ଦେଶ ସ୍ୱାଧୀନ ହେବାର ୭୪ ବର୍ଷ ପରେ ମଧ୍ୟ ରାଜ୍ୟର ଅନେକ ଅଞ୍ଚଳ ଅଛି ଯେଉଁଠି ଲୋକେ ରାସ୍ତା ଖଣ୍ଡେ ପାଇନାହାନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ପରି ମୌଳିକ ସୁବିଧା ସେମାନଙ୍କ ନିକଟରେ ପହଞ୍ଚି ପାରୁ ନାହିଁ । ଲୋକେ ପୋକ ମାଛି ପରି ମରୁଛନ୍ତି ଖାଦ୍ୟାଭାବ, ଦୁଷିତ ଜଳ ପିଇ ଓ ସ୍ୱାସ୍ଥ୍ୟ ସୁବିଧରୁ ବଞ୍ଚିତ ହୋଇ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଚିତ୍କାର ର କରି କହୁଛନ୍ତି ସାଢେ ୪ କୋଟି ଓଡିଆ ମୋର । ଓଡିଶା ମୋର । ସେମାନଙ୍କ ଦୁଃଖ ସୁଖ ସବୁ ମୋର । ଅଥଚ ଦୀର୍ଘ ଦୁଇ ଦଶନ୍ଧିର ଶାସନ କାଳରେ ସୀମାନ୍ତବର୍ତ୍ତୀ ଇଲାକାର ଲୋକେ ପାଇପାରୁ ନାହାନ୍ତି ସରକାରୀ ସୁବିଧା ସୁଯୋଗ । ଏଥିପାଇଁ ଦାୟୀ କିଏ? ରାଜ୍ୟ ସରକାର ନା ସରକାରୀ କଳ? କୋଟି କୋଟି ଟଙ୍କାକୁ ବିଭିନ୍ନ ଯୋଜନା ମଧ୍ୟମରେ ଖର୍ଚ୍ଚ କରାଯାଉଛି । ମାତୃ ଗର୍ଭରେ ଥିବା ବେଳଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ନାନା ଯୋଜନା କରାଯାଇଛି । କିନ୍ତୁ ଯେଉଁମାନେ ଏହି ଯୋଜନାର ପ୍ରକୃତ ହକଦାର ସେମାନଙ୍କ ନିକଟରେ ପହଞ୍ଚି ପାରୁନି ଯୋଜନା । ତେବେ କଣ ସହରିକରଣର ଚାକଚକ୍ୟତା ମଧ୍ୟରେ ବସବାସ କରୁଥିବା ଓଡିଆଙ୍କ ପାଇଁ ସରକାର ଯୋଜନା କରୁଛନ୍ତି? କଣ ତେଲିଆ ମୁଣ୍ଡରେ ତେଲ ଢାଳି ବାହାବା ନେଉଛନ୍ତି ସରକାର?


ବିଜେଡି ଗତ ୨୧ ବର୍ଷ ହେବ ଶାସନ କ୍ଷମତାରେ ରହିଛି । କିନ୍ତୁ ସରକାର ଏପର୍ଯ୍ୟନ୍ତ ସୀମା ବିବାଦରେ ପୂର୍ଣ୍ଣଛେଦ ଆଣି ପାରିଲେ ନାହିଁ । ଅନ୍ୟ ପଟେ ସୁପ୍ରିମ କୋର୍ଟ ଯାଉଛନ୍ତି ତାହା ପୁଣି ନିର୍ବାଚନର ୨ ଦିନ ପୂର୍ବରୁ । ଆଗରୁ ସରକାର କଣ ନାହିରେ ତେଲ ଦେଇ ଶୋଇଥିଲେ? ଗଣମାଧ୍ୟମରେ ନିର୍ବାଚନର ୨ ସପ୍ତାହ ପୂର୍ବରୁ ଖବର ପ୍ରସାରଣ ହେଲାଣି, କାହିଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସରକାର ଅପେକ୍ଷା କରିଥିଲେ ଓ ନିର୍ବାଚନ ୨ ଦିନ ପୂର୍ବରୁ ସୁପ୍ରିମ କୋର୍ଟ ଗଲେ, ଯିଏ ୨୦୦୬ରେ ଏହି ପ୍ରସଙ୍ଗରେ କହିଛନ୍ତି, ସୀମା ବିବାଦ ସୁପ୍ରିମ କୋର୍ଟଙ୍କ କ୍ଷମତା ଅନ୍ତର୍ଗତ ଆସୁନାହିଁ । ଏହାକୁ ସଂସଦରେ ସମାଧାନ କରାଯିବା ଉଚିତ । କୋର୍ଟଙ୍କ ନିର୍ଦେଶ ସତ୍ଵେ ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହେବାର ଅର୍ଥ ବା କଣ?  ଅନ୍ୟ ପଟେ ଏହି ଘଟଣାକୁ ଦୀର୍ଘ ୧୪ ବର୍ଷ ବିତିଗଲା ପରେ ମଧ୍ୟ, ନା ସରକାର ସଂସଦରେ ଏହି ଘଟଣାକୁ ଉଠାଇ ପାରିଲେ, ନାହିଁ କୋଟିଆ ଅଞ୍ଚଳର ବିକାଶ କରାଇ ପାରିଲେ । ଏହି ସମୟ ମଧ୍ୟରେ ମଧ୍ୟ ଆନ୍ଧ୍ର ସହ ସୀମା ବିବାଦକୁ ନେଇ ଥରଟିଏ ମଧ୍ୟ ଆଲୋଚନା କଲେ ନାହିଁ । ଏଥିରୁ ରାଜ୍ୟ ତଥା ରାଜ୍ୟବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଅତ୍ମୀୟତା ଓ ଆନ୍ତରିକତା ବେଶ ବାରି ହୋଇପଡୁଛି।  ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଜନା ପରେ ଯୋଜନା କରି ବିଶ୍ୱସ୍ତରୀୟ ରେକର୍ଡ ହାସଲ କରୁଥିବା ବେଳେ କିନ୍ତୁ ସୀମାନ୍ତବର୍ତ୍ତୀ ଓଡିଆ ମୁଖ୍ୟମନ୍ତ୍ରୀଙ୍କ ଚାଲ ବୁଝି   ଆନ୍ଧ୍ରକୁ ବାଛିନେଇଛନ୍ତି । ଏହା ପ୍ରମାଣିତ କରିଦେଲା ଖାଲି ଯୋଜନା କରିଦେଲେ ହେବନି, ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବାର କ୍ଷମତା ରଖିବା ଆବଶ୍ୟକ । ଯେଉଁଥି ପାଇଁ କୋଟିଆବାସୀଙ୍କ ଭରସା ୫ ପାଳିର ମୁଖ୍ୟମନ୍ତ୍ରୀଙ୍କୁ ନ ଯାଇ ଗଲା ଆନ୍ଧ୍ରରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଜଗନ ରେଡ୍ଡିଙ୍କୁ । ଏହା କଣ ଦୁର୍ଭାଗ୍ୟପୂର୍ଣ୍ଣ ନୁହେଁ ?

 

Others can be more serious, especially when you take Cialis in combination with other drugs. cialis tadalafil This can also be the case if you consume too much alcohol.

Related posts

ଶ୍ରୀମନ୍ଦିରରେ ସନ୍ଧ୍ୟା ୬ଟାରୁ ୧୦ଟା ପର୍ୟ୍ୟନ୍ତ ପ୍ରାୟ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ

mahabharatanews

ହୋଲି ପାଇଁ ରାଜଧାନୀରେ ଜାରି କଡ଼ା ସୁରକ୍ଷା ବ୍ୟବସ୍ଥା, ୩୨ ପ୍ଲାଟୁନ ଫୋର୍ସ ମୁତୟନ

mahabharatanews

ଜନ୍ମମାଟିରେ ଶହିଦ ଯବାନ ସୁଧୀର ଟୁଡୁଙ୍କ ଶେଷକୃତ୍ୟ ସମ୍ପନ୍ନ

mahabharatanews