ଓଡିଶା

ରାଉରକେଲାରୁ କେନ୍ଦୁଝରଗଡ଼ ପର୍ଯ୍ୟନ୍ତ ୫୦ରୁ ଅଧିକ ସ୍ଥାନର ନାମ ପରିବର୍ତ୍ତନ ପ୍ରସ୍ତାବ…

ଓଡ଼ିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ବ୍ଲକ୍ ଓ ତହସିଲର ମୂଳ ଓଡ଼ିଆ ନାମ ସଂଶୋଧନ ଦିଗରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଗଠିତ ବିଶେଷଜ୍ଞ କମିଟିର ଦ୍ୱିତୀୟ ବୈଠକରେ ୫୦ରୁ ଅଧିକ ସ୍ଥାନର ନାମକୁ ସେମାନଙ୍କର ମୂଳ ଓଡ଼ିଆ ଉଚ୍ଚାରଣ ଓ ଐତିହାସିକ ପରିଚୟ ଅନୁଯାୟୀ ପରିବର୍ତ୍ତନ କରିବାକୁ ସୁପାରିସ କରାଯାଇଛି। ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗତ ୨ ଜୁନରେ ଅନୁଷ୍ଠିତ ବୈଠକରେ ଓଡ଼ିଆ ଭାଷା, ଇତିହାସ, ଭୂଗୋଳ ଓ ପ୍ରଶାସନ କ୍ଷେତ୍ରର ବିଶେଷଜ୍ଞମାନେ ଯୋଗ ଦେଇଥିଲେ। କମିଟି ପୂର୍ବରୁ ପ୍ରାପ୍ତ ବିଭିନ୍ନ ପ୍ରସ୍ତାବର ସମୀକ୍ଷା କରି ଏହି ସୁପାରିସ କରିଛି।

କମିଟିର ସୁପାରିସ ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ‘Junagarh’କୁ ‘ଜୁନାଗଡ଼ା’, Kandhamalକୁ ‘କନ୍ଧମାଳ’ ଏବଂ ସୁନ୍ଦରଗଡ଼ ଜିଲ୍ଲାର ‘Bonaigarh’କୁ ‘ବଣାଇଗଡ଼ା’ ଭାବେ ନାମକରଣ କରିବାକୁ ପ୍ରସ୍ତାବ ରହିଛି। ସେହିପରି ‘Nimapara’ ହେବ ‘ନିମାପଡ଼ା’, ‘Umerkote’ ହେବ ‘ଉମରକୋଟ’, ‘Boudhgarh’ ହେବ ‘ବୌଦ୍ଧଗଡ଼ା’, ‘Rourkela’ ହେବ ‘ରାଉରକେଲା’, ‘Talcher’ ହେବ ‘ତାଳଚେର’ ଏବଂ ‘Soro’ ହେବ ‘ସୋରା’। ତାଲିକାରେ ଗଞ୍ଜାମ ଜିଲ୍ଲାର ବହୁ ଗୁରୁତ୍ୱପୂର୍ଣ୍ଣ ସହର ଓ ବ୍ଲକ୍‌ର ନାମ ମଧ୍ୟ ରହିଛି। ‘Berhampur’କୁ ‘ବ୍ରହ୍ମପୁର’, ‘Hinjilicut’କୁ ‘ହିଞ୍ଜିଳିକାଟୁ’, ‘Aska’କୁ ‘ଆସିକା’ ଏବଂ ‘Surada’କୁ ‘ସୋରଡ଼ା’ କରିବାକୁ ସୁପାରିସ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ‘Kendrapara’କୁ ‘କେନ୍ଦ୍ରାପଡ଼ା’, ‘Aul’କୁ ‘ଆଳି’ ଓ ‘Mahakalapada’କୁ ‘ମହାକାଳପଡ଼ା’ କରିବା ପ୍ରସ୍ତାବ ରହିଛି। ସେହିପରି ‘Keonjhar’କୁ ‘କେନ୍ଦୁଝର’, ‘Keonjhargarh’କୁ ‘କେନ୍ଦୁଝରଗଡ଼’ ଏବଂ ‘Barbil’କୁ ‘ବଡ଼ବିଲ’ ନାମ ଦେବାକୁ କମିଟି ମତ ଦେଇଛି। ଖୋର୍ଦ୍ଧା ଜିଲ୍ଲାର ‘Khurda’କୁ ‘ଖୋର୍ଦ୍ଧା’, ‘Bolagarh’କୁ ‘ବୋଲଗଡ଼’, ‘Jatni’କୁ ‘ଜଟଣୀ’ ଏବଂ କୋରାପୁଟର ‘Jeypore’କୁ ‘ଜୟପୁର’ କରିବା ପାଇଁ ସୁପାରିସ କରାଯାଇଛି।

Related posts

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କର ମୃତ

mahabharatanews

ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

mahabharatanews

ଜଳପଥରେ ଚେନ୍ନାଇରୁ ଘରକୁ ଫେରିଲେ ଗଞ୍ଜାମର ୩୩ ଶ୍ରମିକ

mahabharatanews