ଓଡିଶା

ଆଜି ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇବେ ମହାପ୍ରଭୁ

(ଜୟନ୍ତ କୁମାର ସେଠୀ/ଗୋପ): ବିନା ଭକ୍ତରେ ଚଳିତ ବର୍ଷର ରଥଯାତ୍ରା ସରିବା ପରେ ଆଜି ତିନି ଠାକୁର ନୀଳାଦ୍ରୀ ବିଜେ କରିବେ । ଅପରାହ୍ନ ୪ଟାରୁ ଏହି ପର୍ବ ଆରମ୍ଭ ହେବ । ଜନ୍ମବେଦୀରେ ଲୀଲାଖେଳା କରି ରତ୍ନ ସିଂହାସନକୁ ଫେରିବା ପୂର୍ବରୁ ଆଜି ମହାପ୍ରଭୁ ମହାଲକ୍ଷ୍ମୀକୁ ରସଗୋଲା ଖୁଆଇବେ । ଏହାପରେ ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ସୂଚନାଯୋଗ୍ୟ, ଏବର୍ଷ ମହାମାରୀ କରୋନା ପାଇଁ ଭକ୍ତଶୂନ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଛି । ବିନା ଭକ୍ତରେ ଚଳିତ ଥର ରଥଟଣା ଓ ବାହୁଡା ପରେ ଶୁକ୍ରବାର ରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥିଲା । ଗତକାଲି ଅଧରପଣା ନୀତି ପରେ ଆଜି ତିନି ଠାକୁର ରତ୍ନବେଦୀକୁ ଫେରିବେ ।

Related posts

ମହାମାରୀ କରୋନା ଯୋଗୁଁ ଫିକା ପଡିଲା ରଜ

mahabharatanews

ସାନ୍ତାଳୀ ସାମ୍ବାଦିକ ଫୋରମ ପକ୍ଷରୁ ରାଷ୍ଟ୍ରପତିଙ୍କ ଲାଗି ସାଧାରଣ ସଭା

mahabharatanews

ସୁକିନ୍ଦାରେ ସର୍ଦ୍ଦାର ପଟେଲଙ୍କ ପାଇଁ ଏକତା ପଦଯାତ୍ରା

mahabharatanews