ଓଡିଶା

ଆଜି ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇବେ ମହାପ୍ରଭୁ

(ଜୟନ୍ତ କୁମାର ସେଠୀ/ଗୋପ): ବିନା ଭକ୍ତରେ ଚଳିତ ବର୍ଷର ରଥଯାତ୍ରା ସରିବା ପରେ ଆଜି ତିନି ଠାକୁର ନୀଳାଦ୍ରୀ ବିଜେ କରିବେ । ଅପରାହ୍ନ ୪ଟାରୁ ଏହି ପର୍ବ ଆରମ୍ଭ ହେବ । ଜନ୍ମବେଦୀରେ ଲୀଲାଖେଳା କରି ରତ୍ନ ସିଂହାସନକୁ ଫେରିବା ପୂର୍ବରୁ ଆଜି ମହାପ୍ରଭୁ ମହାଲକ୍ଷ୍ମୀକୁ ରସଗୋଲା ଖୁଆଇବେ । ଏହାପରେ ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ସୂଚନାଯୋଗ୍ୟ, ଏବର୍ଷ ମହାମାରୀ କରୋନା ପାଇଁ ଭକ୍ତଶୂନ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଛି । ବିନା ଭକ୍ତରେ ଚଳିତ ଥର ରଥଟଣା ଓ ବାହୁଡା ପରେ ଶୁକ୍ରବାର ରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥିଲା । ଗତକାଲି ଅଧରପଣା ନୀତି ପରେ ଆଜି ତିନି ଠାକୁର ରତ୍ନବେଦୀକୁ ଫେରିବେ ।

Related posts

ମେ ୩୧ ପର୍ଯ୍ୟନ୍ତ ଚାଲିବ ସ୍କୁଲ ନାମଲେଖା

mahabharatanews

ଯୁବକଙ୍କ ଅର୍ଦ୍ଧ ଲଗ୍ନ ଝୁଲନ୍ତା ଶବ ଉଦ୍ଧାର: ହତ୍ୟା ସନ୍ଦେହ

mahabharatanews

କରୋନା ପାଇଁ ଆଇଟିସି ପକ୍ଷରୁ ୧୫୦ କୋଟି ଟଙ୍କାର ସହାୟତା

mahabharatanews