ଓଡିଶା

ସାନ୍ତାଳୀ ସାମ୍ବାଦିକ ଫୋରମ ପକ୍ଷରୁ ରାଷ୍ଟ୍ରପତିଙ୍କ ଲାଗି ସାଧାରଣ ସଭା

ରାଇରଙ୍ଗପୁର: ସାନ୍ତାଳୀ ସମାଜର ଅନ୍ୟତମ ଅଗ୍ରଣୀ ସାମାଜିକ ସଂଗଠନ ‘ଆତକିର୍ ଲିଙ୍ଗୁଏଷ୍ଟିକ ଆଣ୍ଡ କଲଚୁରାଲ ଏବଂ ସାନ୍ତାଳୀ ଜୋର୍ଣାଲିଷ୍ଟ ଫୋରମ୍ ଆନୁକୁଲ୍ୟରେ ରାଇରଙ୍ଗପୁର ଷ୍ଟେସନ ରୋଡରେ ଏକ ହୋଟେଲର ସମ୍ମିଳନୀ କକ୍ଷରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନାର୍ଥେ ଏକ ସ୍ବତନ୍ତ୍ର ସଭାରେ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଏଥିରେ ସଂଗଠନର ମୁଖ୍ୟ କାର୍ତ୍ତିକ ଚନ୍ଦ୍ର ହାଁସଦା, ପାରଗାନା ସୁଶିଲ ସୋରେନ, ପୀର ପାରଗାନା ଭାଗମାତ୍ ଟୁଡୁ, ପରମେଶ୍ବର ହେମ୍ବ୍ରମ, ସନତ୍ ସାଓ୍ବନ୍ତା, ମାଝୀବାବା ଚୁନୁରାମ ମୁର୍ମୁ, ସାନ୍ତାଳୀ ଖବରଦାତା ବାସୁଦେବ ମୁର୍ମୁ, କ୍ଷେତ୍ରବାସୀ ମୁର୍ମୁ, ଗଣେଶ ହାଁସଦା ପ୍ରମୁଖଙ୍କ ସମେତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳର ମାଝୀବାବାମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ଏଥିରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ମଙ୍ଗଳମୟ ଜୀବନ ଓ ଦୀର୍ଘାୟୁ କାମନା କରିବା ସହ ଦେଶର ହିତ ପାଇଁ ସେ ଅଧିକ ଯତ୍ନଶୀଳ ହେବେ ବୋଲି ସଭାରେ ବକ୍ତବ୍ୟ ରଖିଥିଲେ।

Related posts

ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ବନ୍ଧୁ ମିଳନ ଓ କବିତା ପାଠ ଉତ୍ସବ

mahabharatanews

କୋଡିଙ୍ଗାମାଳି ସୁରକ୍ଷା ମଞ୍ଚର ଥାନା ଘେରାଉ

mahabharatanews

ଓଡିଶା ସିନିୟର୍ ମହିଳା କ୍ରିକେଟ ଦଳରେ ଚାନ୍ଦବାଲି ମାଟିର ଝିଅ

mahabharatanews