ଓଡିଶା

ରେଳ ଦୁର୍ଘଟଣା : ଆଜି ନୁହେଁ ୧୩ରେ ଆସିବ ‘ଲଭ ଇନ୍ ଲଣ୍ଡନ୍‌’

(ଭୁବନେଶ୍ୱର) :   ଆଜି (ଶୁକ୍ରବାର) ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥା’ନ୍ତା। କିନ୍ତୁ ରେଳଦୂର୍ଘଟଣା ସମସ୍ତଙ୍କ ମନରୁ ଲିଭିନଥିବାରୁ ଏପରି ଏକ ଦୁଃଖଦ ସମୟରେ ଚଳଚ୍ଚିତ୍ରକୁ ମୁକ୍ତିଲାଭ ନ କରାଇବା ପାଇଁ  ପ୍ରଥମେ ସାଂସଦ ଅନୁଭବ ମହାନ୍ତି ଅନୁରୋଧ କରିବା ପରେ ଏହି କ୍ରମରେ ପ୍ରଯୋଜନା ସଂସ୍ଥା  ରାଜି ହୋଇଛି । ଏହାସହ ଆୟ ହେବାକୁ ଥିବା ଅର୍ଥର ଦଶ ଭାଗ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦାନ କରାଯିବ ବୋଲି କୁହାଯାଇଛି।

ସୂଚନାନୁଯାୟୀ , ବାହାନଗା ଟ୍ରେନ୍‌ ଦୁର୍ଘଟଣା ପାଇଁ ଓଡ଼ିଆ ଚଳଚ୍ଚିତ୍ର ‘ଲଭ୍‌ ଇନ୍‌ ଲଣ୍ଡନ’ର ମୁକ୍ତିଲାଭ ତାରିଖକୁ ଆସନ୍ତା ୧୩ ତାରିଖରୁ ଘୁଞ୍ଚାଇ ଦିଆଯାଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

 

Related posts

ଡ୍ରାଇଭରଙ୍କ ମୃତ୍ୟୁ ହେଲେ ମିଳିବ ୪ ଲକ୍ଷ ଟଙ୍କା

mahabharatanews

ବ୍ରହ୍ମପୁର ନେହେରୁ ଯୁବ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ

mahabharatanews

ବଜ୍ରକୋଟ ମା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ କୁନି ବୈଜ୍ଞାନିକ ମେଳା

mahabharatanews