ଓଡିଶା

ବ୍ରହ୍ମପୁର ନେହେରୁ ଯୁବ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଦିନକୁ ଦିନ ଲୋକମାନେ ଗଛ କାଟିବାରେ ଲାଗିଥିବାରୁ ବର୍ତ୍ତମାନ ପରିବେଶ ସନ୍ତୁଳନ ବିଗିଡ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ଆଜି ବ୍ରହ୍ମପୁର ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ରାଳବ ଗାଁର ଯୁବଗୋଷ୍ଠୀ ସାମାଜିକ ଦୂରତା ରକ୍ଷା କରି ବୃକ୍ଷ ରୋପଣ କରିଛନ୍ତି। ଗୋଟିଏ ବୃକ୍ଷ ଗୋଟିଏ ଜୀବନ। ପରିବେଶ ସୁରକ୍ଷା ଆମ ହାତରେ ବୋଲି ସେମାନେ ନାରା ଦେଇଛନ୍ତି । ଏଥି ସହିତ ସମସ୍ତ ଜନସାଧରଣଙ୍କୁ ଗୋଟିଏ ଗୋଟିଏ ବୃକ୍ଷ ଲଗେଇବା ପାଇଁ ଯୁବଗୋଷ୍ଠୀ ଅନୁରୋଧ କରିଛନ୍ତି। ଏହି କାର୍ୟ୍ୟକ୍ରମରେ ରାଳବ ଗ୍ରାମର ସମାଜସେବୀ ନୀଳ ଭଉଳ, ପପୁନୁ ପରିଡ଼ା, ଭୀମସେନ ପରିଡ଼ା, ଦୀପକ କୁମାର ପରିଡ଼ା, ମିଟୁ ପ୍ରଧାନ, ଟଙ୍କଧର ପ୍ରଧାନ, ଶୁଭ ସୁନ୍ଦର ଦଳାଇ ଏବଂ କାହ୍ନା ଖୁଣ୍ଟିଆ ଅଂଶ ଗ୍ରହଣ କରିଥିଲେ।

Related posts

ଅବହେଳା ପାଇଁ ୨ଜଣ ପୋଲିଂ ଅଧିକାରୀ ସସପେଣ୍ଡ

mahabharatanews

ଜିଲ୍ଲା ସଭାପତିଙ୍କ ଗାଡିକୁ ଧକ୍କା ଦେଲା ବରଯାତ୍ରୀ ଗାଡି

mahabharatanews

କମନ୍ ପିଜି ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ

mahabharatanews