ଓଡିଶା

ଅବପାତର ରୂପ ନେବ ଲଘୁଚାପ କ୍ଷେତ୍ର!

(ଭୁବନେଶ୍ୱର) : ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ସକ୍ରିୟ ହୋଇ ଅବପାତର ରୂପ ନେବ ଲଘୁଚାପ କ୍ଷେତ୍ର। ଏହା ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଅବପାତରେ ପରିଣତ ହେବ । ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଆଜି ବାତ୍ୟାର ଚିତ୍ର ସ୍ପଷ୍ଟ ହେବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ସୂଚନାନୁଯାୟୀ, ବାତ୍ୟା ବିପଦ ଟଳିଯାଇପାରେ ବୋଲି ଆକଳନ କରାଯାଉଛି। ସ୍ଥଳଭାଗ ଛୁଇଁବା ଆଗରୁ ହିଁ ସମୁଦ୍ର ଭିତରେ ମିଳେଇଯାଇପାରେ ବୋଲି ଆକଳନ କରାଯାଉଛି । ସୂଚନାନୁଯାୟୀ , ଲଘୁଚାପ ବାତ୍ୟା ରୂପ ନେବା ପରେ ଆସନ୍ତା ୧୦ ତାରିଖବେଳକୁ ଉତ୍ତର ଆନ୍ଧ୍ର ଉପକୂଳ ପାଖାପାଖି ସମୁଦ୍ର ଭିତରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବ । ୧୧ ତାରିଖବେଳକୁ ବଦଳିଯିବ ଗତିପଥ । ଉତ୍ତର ପୂର୍ବ ଦିଗକୁ ମୁହାଁଇ ଉପକୂଳ ଠାରୁ ଦୂରେଇଯିବ । ଆସନ୍ତା ୧୦ ତାରିଖ ରାତି ୧୦ଟାବେଳକୁ ବାତ୍ୟବିଶାଖାପାଟଣାଠାରୁ ଦକ୍ଷିଣରେ ସମୁଦ୍ର ଭିତରେ ଗତି କରୁଥିବ । ୧୨ ତାରିଖବେଳକୁ ସମୁଦ୍ରରେ ମିଳେଇଯିବା ସମ୍ଭାବନା ଅଛି ।

Related posts

ଜୁନ ମାସ ପାଇଁ ଅତିରିକ୍ତ ୬ ଲକ୍ଷ ଡୋଜ ଟୀକା ଆବଶ୍ୟକ

mahabharatanews

ଛଅ ହଜାର ଟଙ୍କା ଲାଞ୍ଚ ନେଏ ଦୁଇ ତହସିଲ କିରାଣୀ ଗିରଫ

mahabharatanews

ରାଜଧାନୀରୁ ୫ ନୂଆ ପଜିଟିଭ୍

mahabharatanews