ଓଡିଶା

ଦିଲ୍ଲୀବାସୀ ଚିନ୍ତାରେ ;ଆଉ ମିଳିବନି ମାଗଣା ବିଜୁଳି

ଦିଲ୍ଲୀ: ବ୍ୟୁରୋ: ଆଉ ମିଳିବନି ମାଗଣା ବିଜୁଳି, ଏ ନେଇ ଦିଲ୍ଲୀବାସି ଚିନ୍ତାରେ । କେଜ୍ରିୱାଲ ସରକାର ରାଜଧାନୀ ଦିଲ୍ଲୀରେ ୨ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି କେଜ୍ରିୱାଲ କ୍ୟାବିନେଟ୍ । ୨୦୧୯ରେ ବିଦ୍ୟୁତ୍ ସବିସିଡି ଘୋଷଣା କରିଥିଲେ କେଜ୍ରିୱାଲ । ଯେଉଁ ଗ୍ରାହକମାନେ ରାଜଧାନୀରେ ୨ଶହ ୟୁନିଟ ବିଦ୍ୟୁତ୍ ଖର୍ଚ୍ଚ କରୁଛନ୍ତି ସେମାନଙ୍କୁ ବିଲ ପୈଠ କରିବାକୁ ପଡିବନାହିଁ । ଏବଂ ଯେଉଁମାନେ ମାସକୁ ୨୦୧ରୁ ୪୦୦ ପର୍ଯ୍ୟନ୍ତ ବିଦ୍ୟୁତ୍ ଖର୍ଚ୍ଚ କରୁଛନ୍ତି ସେମାନଙ୍କୁ ୫୦ ପ୍ରତିଶତ ସବିସିଡି ମିଳିବ ।

କିନ୍ତୁ ବତ୍ତମାନ କେଜ୍ରିୱାଲ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ଯେ, ଅକ୍ଟୋବର ୧ରୁ ଏହା ବିଦ୍ୟୁତ୍ ସବସିଡି ବଦଳରେ ଲୋକଙ୍କୁ ଏକ ନୂଆ ବିକଳ୍ପ ଯୋଗାଇ ଦେବ । ତେବେ ଏହା ପୂର୍ବରୁ ଦିଲ୍ଲୀ ସରକାର ଲୋକଙ୍କୁ ପଚାରିବେ ଯେ ସେମାନେ ବିଦ୍ୟୁତ୍ ଉପରେ ସବସିଡି ଚାହୁଁଛନ୍ତି କି ନାହିଁ । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଅକ୍ଟୋବର ପହିଲାରୁ ଦିଲ୍ଲୀ ସରକାର କେବଳ ସେହି ଲୋକଙ୍କୁ ବିଦ୍ୟୁତ୍ ସବସିଡି ଦେବେ, ଯେଉଁମାନେ ଏହା ଚାହୁଁଥିବେ । ଲୋକମାନେ ବିଦ୍ୟୁତ୍ ସବିସିଡି ଚାହୁଁଛନ୍ତି କି ନାହିଁ ଆମେ ଏହାର ଏକ ବିକଳ୍ପ ଦେବୁ ।

କେଜ୍ରିୱାଲ ସରକାର କ୍ଷମତାକୁ ଆସିବା ପରେ ଲୋକଙ୍କୁ ୨ଶହ ୟୁନିଟ ବିଦ୍ୟୁତ୍ ଏବଂ ଜଳ ମାଗଣାରେ ଯୋଗାଇ ଆସୁଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ସେ ଅନେକ ଲୋକଙ୍କ ପରାମର୍ଶ ଓ ଚିଠି ପାଇଛନ୍ତି ଯେ, ସେମାନେ ବିଦ୍ୟୁତ୍ ବିଲ ଦେବାକୁ ସକ୍ଷମ ଅଟନ୍ତି । ତେଣୁ ସେମାନେ ମାଗଣା ବିଦ୍ୟୁତ୍ ଚାହୁଁନାହାଁନ୍ତି । ତେଣୁ ଆମେ ନିଷ୍ପତ୍ତି ନେଇଛୁ ଯେ ଆମେ ଶୀଘ୍ର ଲୋକଙ୍କୁ ପଚାରିବୁ ଯେ, ସେମାନେ ବିଦ୍ୟୁତ୍ ସବିସିଡି କାହୁଛନ୍ତି କି, ଅକ୍ଟୋବର ୧ ତାରିଖରୁ ସବସିଡି ସେହି ଲୋକମାନଙ୍କୁ ଦିଆଯିବ ଯେଉଁମାନେ ଏହାର ଅବଶ୍ୟକତା କରନ୍ତି’ ।

Related posts

ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

mahabharatanews

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଜପତି ଜିଲ୍ଲା ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମ ଦୁଇ ଦିନ ଧରି ଅନୁଷ୍ଠିତ

mahabharatanews

ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ନିରୀକ୍ଷଣ କଲେ ମୁଖ୍ୟ ଶାସନ ସଚିବ

mahabharatanews