ଓଡିଶାପର୍ବ ପର୍ବାଣି

ବାଲିଗୁଡାଠାରେ ମା ଠାକୁରାଣିଙ୍କ ଯାତ୍ରା, ପ୍ରଥମ ଦିନ ରେ ନଗରପରିକ୍ରମା କଲେ ମା’

ବାଲିଗୁଡା/ ବନବାସୀ ପ୍ରଧାନ : ଆଜି ବାଲିଗୁଡାଠାରେ ମା ଠାକୁରାଣିଙ୍କ ଯାତ୍ରା ଆରମ୍ଭ ହୋଇ ଯାଇଛି । ମାଙ୍କ ନଗରପରିକ୍ରମା ର ପ୍ରଥମ ଦିନ ରେ ମାଙ୍କୁ ବାଜା, ବାଣ, ଢୋଲ ଓ ବିଭିନ୍ନ ପ୍ରକାର ରୂପ, ବେଶବୁସା ନାଚରେ ସୁନାପାଙ୍ଗା ସାହିର ସୁରେଶ କୁମାର ପତିଙ୍କ ପରିବାର ପାଛୋଟି ନେଇଥିଲେ । ମାଙ୍କ ଘଟ ପରିକ୍ରମ ସ୍ଥାନୀୟ ବରାଳଦେବୀ ପିଠରେ ଥିବା ଅସ୍ଥାୟୀ ମଣ୍ଡପରୁ ବାହାରି ସୁନାପାଙ୍ଗା ସାହି ପରିକ୍ରମା କରି ମାଙ୍କୁ ନିମନ୍ତ୍ରଣ କରିଥିବା ସୁରେଶ ପତିଙ୍କ ବାସଭବନ ଠାରେ ମାଙ୍କ ପୂର୍ଜାଚନା କରାଯାଇଥିଲା । ସେଠାରୁ ବିଭିନ୍ନ ପଟୁଆର ସହିତ ମାଙ୍କୁ ଅସ୍ଥାୟୀ ପିଠକୁ ପ୍ରସ୍ଥାନ କରିଥିଲେ । ଏହି ଐତିହାସିକ ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ବହୁ ସଂଖ୍ୟାରେ ପୁରୁଷ, ମହିଳା ଯୋଗଦାନ କରି ଯାତ୍ରାକୁ ଉପଭୋଗ କରିଥିଲେ । ସମସ୍ତ ଭକ୍ତପାଇଁ ମାଙ୍କୁ ନିମନ୍ତ୍ରଣ କରିଥିବା ସୁରେଶ କୁମାର ପତିଙ୍କ ପରିବାର ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି ଯାତ୍ରା ମଇ ମାସ ୧୩ ପର୍ୟନ୍ତ ଚାଲିବ ବୋଲି କମିଟିର ସଦସ୍ୟ ବିଚିତ୍ରାନନ୍ଦ ଆଚାଯ୍ୟ ପ୍ରକାଶ କରିଛନ୍ତି ।

Related posts

ହଟସ୍ପଟରୁ ଆସୁଥିବା ଲୋକ ଭୁବନେଶ୍ୱର ପାଇଁ ଚିନ୍ତାର କାରଣ ହୋଇଛନ୍ତି: ବିଏମସି

mahabharatanews

ଏମ୍ସ ଖୋଜି ବାହାର କଲା ନୂଆ ଫଙ୍ଗସ

mahabharatanews

ପ୍ରେମ ଦିବସରେ ବୁଲିଲା କଳା କାଚ କାର

mahabharatanews