Accidentbharat

କାନ୍ଥ ପଡ଼ି ୯ ଜଣ ଛୋଟ ପିଲାଙ୍କ ମୃତ୍ୟୁ

ସାଗର : ଧାର୍ମିକ ସ୍ଥଳରେ ବଡ଼ ଅଘଟଣ । ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଶାହାପୁର ଅଞ୍ଚଳରେ ଥିବା ଏମ ମନ୍ଦିରର ନିର୍ମାଣ କାର୍ଯ୍ୟ ସମୟରେ କାନ୍ଥ ଭୁଶୁଡ଼ି ପଡ଼ିଛି । ଫଳରେ କାନ୍ଥ ପଡ଼ି ୯ ଜଣ ଛୋଟ ପିଲାଙ୍କ ମୃତ୍ୟୁ ଘଟିଛି । ସେହିପରି ଅନେକ ଆହତ ହୋଇଛନ୍ତି । ଆହତ ପିଲାମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଶାହପୁରରେ ଅଛି ହରଦୌଲ ବାବା ମନ୍ଦିରରେ ବର୍ତ୍ତମାନ ସମୟରେ କିଛି ନିର୍ମାଣ କାର୍ଯ୍ୟ ଚାଲୁଛି । ସେପଟେ ଆଜି ସକାଳେ ଏଠାରେ ଏକ ଧାର୍ମିକ କାର୍ୟ୍ୟକ୍ରମ ଚାଲିଥିବା ବେଳେ ହଠାତ୍ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଭଙ୍ଗା କାନ୍ଥ ତଳେ ୯ ଜଣ ଛୋଟ ପିଲା ଚାପି ହୋଇ ରହି ଯାଇଥିଲେ। ସେମାନଙ୍କର ମୃତ୍ୟୁ ଘଟିଛି।

କାନ୍ଥ ପଡ଼ି ଆହତ ହୋଇଥିବା ଅନ୍ୟ କିଛି ପିଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶାହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା।

Related posts

ପୋଲିସ ଗାଡ଼ି କୁ ପଛପଟୁ ଧକ୍କା ଦେଲା କାର ; ଜଣେ ପୋଲିସ କର୍ମଚାରୀ ଓ ୭ ଜଣ ଯାତ୍ରୀ ଆହତ

mahabharatanews

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ ପରେ ଏଥର ପେଟ୍ରୋଲ ପମ୍ପରେ ଲିମିଟ୍‌ରେ ମିଳିବ ତେଲ ।

mahabharatanews

ରାଗିଂର ଛାତିଥରା ଚିତ୍ର, ଜୁନିୟରଙ୍କୁ ନିର୍ଘାତ ମାଡ଼ ମାରୁଥିବାର ଭିଡିଓ ଭାଇରାଲ

mahabharatanews