Uncategorized

ଅନ୍ଧବିଶ୍ୱାସ ଘେରରେ ମଧ୍ୟ ପ୍ରଦେଶ

(ହାଭାରତ):ଅନ୍ଧ ବିଶ୍ୱାସ ଘେରରେ ପଡ଼ି ମଣିଷ କେତେକଣ କରିବସେ । ସେ ସମୟରେ ସେ ନିଜେ ବି ଜାଣି ପାରେନି ତାହା ଠିକ କି ଭୁଲ । ଏମିତି କିଛି କରି ବସେ ଯାହାକି ସଭ୍ୟ ସମାଜରେ ମାନବିକତା ଉପରେ ପ୍ରଶ୍ନବାଚି ସୃଷ୍ଟି କରେ । ନାବାଳିକାକୁ ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲି ବୁଲି ଭିକ୍ଷା ମଗାଇଲେ । ଏପରି ଏକ ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର ଦାମୋହ ଜିଲ୍ଲାର ଜାବେରା ବ୍ଳକ ଅନ୍ତର୍ଗତ ବାନିଆ ଗାଁରେ । ସୂଚନା ଅନୁଯାୟୀ ଭଲ ବର୍ଷା ହେବା ବିଶ୍ୱାସରେ ଗାଁ ଲୋକ ମାନେ ପ୍ରତ୍ୟେକ ବର୍ଷ ଜଣେ ଜଣେ ନାବାଳିକାକୁ ଉଲଗ୍ନ କରି ଦାଣ୍ଡରେ ବୁଲାଇ ଭିକ୍ଷା ମଗାନ୍ତି । ଏହି ବର୍ଷ ମଧ୍ୟ ଏହି ଅନ୍ଧ ବିଶ୍ୱାସକୁ ବଜାଇ ରଖିଛନ୍ତି ଗାଁ ଲୋକେ । ବିଭିନ୍ନ ନୀତିକାନ୍ତି କରି ନାବାଳିକାକୁ ଘର ଘର ବୁଲି ଭିକ ମଗାଇଛନ୍ତି । ତେବେ ଏଥିରେ ପ୍ରଥମେ ନାବାଳିକା ଠାରୁ ଅନୁମତି ଅଣାଯାଏ ଓ ପରେ ନାବାଳିକାର ପରିବାର ଲୋକେ ତାକୁ ଉଲଗ୍ନ କରି କାନ୍ଧରେ ଏକ ହେମଦସ୍ତା ରଖି ଗାଁ ଦାଣ୍ଡକୁ ବାହାର କରନ୍ତି । ପଛରେ ନାବାଳିକାର ବାପା, ମା ଓ ଗାଁ ଲୋକେ ଭଜନ କିର୍ତ୍ତନ କରି ତା ପଛରେ ବୁଲନ୍ତି । ନାବାଳିକା ଜଣକ ପ୍ରତ୍ୟେକ ଘର ଘର ବୁଲି ବିଭିନ୍ନ ପ୍ରକାରର ଶସ୍ୟ ମାଗିଥାଏ । ଏଥିରୁ ମିଳିଥିବା ଦାନ ସାମଗ୍ରୀକୁ ଗାଁ ମନ୍ଦିର ସମ୍ମୁକରେ ଥିବା କମ୍ୟୁନିଟି କିଚେନକୁ ଦିଆଯିବାର ନିୟମ ରହିଛି । ଏପରି କରିବା ଦ୍ୱାରା ଗାଁରେ ଭଲ ବର୍ଷା ହୋଇଥାଏ ଓ ମରୁଡ଼ିରୁ ରକ୍ଷା ମିଳିଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି ।

Related posts

କୋରୋନା ଭାଇରସରୁ ରକ୍ଷା ପାଇବା ପାଇ ନିୟମିତ ଖାଆନ୍ତୁ ଏହି ୪ଟି ସୁପର ଫୁଡ

mahabharatanews

କଟକଣା ମଧ୍ୟରେ କେବଳ ପୁରୀରେ ଗଡିବ ରଥ

mahabharatanews

ଏଣିକି ବହି ବସ୍ତାନୀ ବୋଝ କମିବ

mahabharatanews