ବୋରିଗୁମ୍ମା ବ୍ଲକ ବି ସିଂହପୁର ଗ୍ରାମରେ ଥିବା ଅଭିଭକ୍ତ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମାଁ ସାଙ୍କୁଳାଇଙ୍କ ପବିତ୍ର ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ।ମାଘ ମାସ ଶୁକ୍ଳପକ୍ଷର ଶେଷ ବୁଧୁବାର ଓ ଶୁକ୍ରବାର ଦିନରେ ମାଁ ସାଙ୍କୁଳାଇଙ୍କ ଦର୍ଶନ ଓ ମନସ୍କାମନା ପୁରାଣ ପାଇଁ ପୀଠରେ ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଏହି ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଭକ୍ତଙ୍କ ପ୍ରବଳ ଭିଡ ଦେଖା ଦିଏ, ମାଆ ସାଙ୍କୁଳାଇଙ୍କ ଆଶିଷ ଲାଭ ପାଇଁ ଦୂର ଦୂରାନ୍ତରୁ ଭକ୍ତଙ୍କ ଶୁଅ ଛୁଟେ । ଚଳିତ ବର୍ଷ ମଧ୍ୟ ଘଣ୍ଟ, ଘାଣ୍ଟି ସହିତ ଶଙ୍ଖ ଧ୍ଵନୀ ଓ ପାରମ୍ପରିକ ଆଦିବାସୀ ବାଦ୍ୟରେ ପ୍ରକମ୍ପିତ ହୋଇ ଉଠିଛି ସାଙ୍କୁଳାଇ ପୀଠ । ପରମ୍ପରା ଅନୁଯାୟୀ ମଣ୍ଡେଇ ଦିନ ସକାଳୁ ବେଣାଗାଁ ପଞ୍ଚାୟତ ସନ୍ତୋଷପୁର ଗାଁର ପୂଜାରୀ ଆସି ମାଁଙ୍କ ଖଣ୍ଡା ଏବଂ ଲାଠି ବି.ସିଂହପୁରରେ ଥିବା ସାଙ୍କୁଳାଇଙ୍କ ମୁଖ୍ୟ ପୂଜକଙ୍କ ଘରୁ ନେଇ ପୀଠ ରେ ପୂଜାର୍ଚ୍ଚନା କରି ସ୍ଥାପନ କରିଥିଲେ। ରଣସପୁର ପଞ୍ଚାୟତର ଜାନିଗୁଡା ଗ୍ରାମର ଯାନୀ ସମ୍ପ୍ରଦାୟରର ମୁଖିଆଙ୍କ ଘରୁ ମାଁଙ୍କ ସାଜସଜା ଏବଂ ସିଂଘାର ବେଶ ଆଣି ମାଁ ସିଂଘାର ହୋଇଥିଲେ ।।ରୀତି ନୀତି ଅନୁଯାଇ ମାଁ ଙ୍କୁ ସିଂଘାର କରିବା ପରେ ପୂଜା ଅର୍ଚ୍ଚନା ଆରମ୍ଭ ହୋଇଥିଲା । ବି ସିଂହପୁର ଅଞ୍ଚଳ ସହିତ ଅବିଭକ୍ତ କୋରାପୁଟ ଜିଲ୍ଲା ଓ ପଡଶୀ ଜିଲ୍ଲାରୁ ସହ ସଂଖ୍ୟାରେ ମାଙ୍କ ଭକ୍ତଙ୍କ ସମାଗମ ହୋଇ ଥିବା ଦେଖାଦିଏ । ବି ସିଂହପୁର ସାଙ୍କୁଳାଇ ପୀଠରେ ମାଘ ମଣ୍ଡେଇ ପରେ ବୋରିଗୁମ୍ମା ଭୈରବ ମନ୍ଦିର ରେ ମଧ୍ୟ ମାଘ୍ ମଣ୍ଡେଇ ଅନୁଷ୍ଟିତ ହେବ ।
previous post
next post
