ଓଡିଶା

ମହାନଦୀ ପାଇଁ ଗଠନ ହେଲା ମହାକମିଟି

ମହାନଦୀ ଜଳ ବିବାଦ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ୭ ଜଣିଆ କମିଟି ଗଠନ ହୋଇଛି । ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବ କମିଟି । କମିଟିରେ ସୁରେଶ ପୂଜାରୀ, ପୃଥ୍ବୀରାଜ ହରିଚନ୍ଦନ, ସମ୍ପଦ ସ୍ବାଇଁ, ସରୋଜ ପ୍ରଧାନ, ନିରଞ୍ଜନ ପୂଜାରୀ, ଜୟନାରାୟଣ ମିଶ୍ର ଓ ସୋଫିଆ ଫିର୍ଦ୍ଦୋଶ ସଦସ୍ୟ ରହିଛନ୍ତି ।

Odisha, Chhattisgarh make headway towards resolving Mahanadi River water  dispute - The Hindu

୨୦୧୬ରେ ମହାନଦୀକୁ ନେଇ ମୁଣ୍ଡ ଟେକିଥିଲା ଛତିଶଗଡ଼-ଓଡିଶା ଜଳ ବିବାଦ । ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ରୁ ମହାନଦୀରେ ପାଣି ଛାଡିବାକୁ ନେଇ ସେ ସମୟରେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସେ ସମୟରେ ଛତିଶଗଡ଼ରେ ଥିଲେ ବିଜେପିର ରମଣ ସିଂ ସରକାର ଆଉ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର । ଏବେ ଉଭୟ ଛତିଶଗଡ଼ ଏବଂ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ରାଜ୍ୟବାସୀଙ୍କ ଜଳ ବିବାଦ ସମାଧାନର ଆଶା ବଢିଯାଇଛି ।

Mahanadi row gains political significance in Odisha | Latest News India

Related posts

ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ

mahabharatanews

ଆଇସିୟୁରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

mahabharatanews

ଗୁଣ୍ଡିଚା ମନ୍ଦିରରୁ ୨ ଛଦ୍ମବେଶୀ ସେବାୟତ ଚିହ୍ନଟ

mahabharatanews