ଓଡିଶା

ହାତୀ ଉପଦ୍ରଵ; ଜଣେ ମୃତ

(ସୁନ୍ଦରଗଡ଼) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବନାଞ୍ଚଳ ଗରଗଡ଼ବାହାଲରେ  ।  ସୋମବାର ଭୋର୍ ସାଢେ ୩ଟାରେ ଜଣେ ଯୁବକଙ୍କୁ ଏକ ଦନ୍ତା ହାତୀ କଚାଡ଼ି ମାରି ଦେଇଛି। ମୃତକ ହେଲେ ଗାଁର ହୀରାଲାଲ ବେହେରା ।

ସୂଚନାନୁଯାୟୀ , କିଛି ଦିନ ହେଲା ୩୦ଟିକିଆ ଏକ ହାତୀପଲ ପଞ୍ଚରା ଅଞ୍ଚଳରୁ ଗରଗଡ଼ବାହାଲକୁ ପଶି ଆସିଥିଲେ। ଏ ସମ୍ପର୍କରେ ଜାଣିବା ପରେ କାଳେ ଧାନବିଲରେ ପଶି ହାତୀ ଫସଲ ନଷ୍ଟ କରିଦେବେ ଭାବି ହୀରାଲାଲ ବିଲକୁ ଯାଇଥିଲେ। ଠିକ୍ ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ସେଠାରେ ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ହିଁ ହୀରାଲାଲଙ୍କ ପ୍ରାଣ ଚାଲି ଯାଇଥିଲା।ସକାଳୁ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି।

Related posts

ଇମାମି ପେପର ମିଲରେ ନିଆଁ ଲାଗି କୋଟିକୋଟି ଟଙ୍କାର ସମ୍ପତ୍ତି ନଷ୍ଟ

mahabharatanews

‘କରୋନା ପାଇଁ ଆତଙ୍କିତ ହେବାର ନାହିଁ; ; ସ୍ୱାସ୍ଥ୍ୟ ନିର୍ଦେଶକ 

mahabharatanews

ଆଜି ବାମନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

mahabharatanews