ମନୋରଞ୍ଜନ

‘ଆଦିପୁରୁଷ ଦେଖି ପରଦା ଫାଡ଼ି ଦେବାପାଇଁ ଇଛା ହେଉଥିଲା’: ରାମାୟଣର ଲକ୍ଷ୍ମଣ 

(ମୁମ୍ବାଇ):  ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଆଦିପୁରୁଷ’ ରିଲିଜ୍‌ ହେବାର ୩ ଦିନ ପର୍ଯ୍ୟନ୍ତ ଜବରଦସ୍ତ ଆୟ କରିବା ପରେ ୪ର୍ଥ ଓ ୫ମ ଦିନରେ ଆୟ କମିଛି । ରାମାନନ୍ଦ ସାଗରଙ୍କ ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଅଭିନେତ‌ା ସୁନୀଲ ଲହରି ଏହି ସିନେମାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ସୂଚନାନୁଯାୟୀ , ସିନେମା ଦେଖି ସାରିବା ପରେ ସୁନୀଲ ଲହରି କହିଛନ୍ତି, ‘ ମୋତେ ସିନେମାର କୌଣସି ଦିଗ ପସନ୍ଦ ଆସିଲାନାହିଁ। ସିନେମା ହଲରେ ଚୌକିରେ ବସି ‘ଆଦିପୁରୁଷ’ ଦେଖୁଥିବା ବେଳେ ଏଥିରେ ଥିବା ସଂଳାପ ଶୁଣି ଇଚ୍ଛା ହେଉଥିଲା ପରଦା ଫାଡ଼ି ଦେବାପାଇଁ। ଏହି ସିନେମା ଦେଖି ପ୍ରଭୁ ହନୁମାନ ବି ମୁଣ୍ଡ ବାଡେଇ ଦେଉଥିବେ। ଫୁଟପାତରେ ଲୋକେ ଯେଭଳି କଥାବାର୍ତ୍ତା କରନ୍ତି। ଏଥିରେ ସେଭଳି ଭାଷା ଶୁଣିବାକୁ ମିଳୁଛି। ଏହା ଅତ୍ୟନ୍ତ ଲଜ୍ଜ୍ୟନୀୟ।’

Related posts

‘ଶାହରୁଖ ବଲିଉଡକୁ ନଷ୍ଟ କରି ଦେଇଛନ୍ତି’:ବିବେକ ଅଗ୍ନିହ୍ରୋତୀ 

mahabharatanews

ବଢୁଛି ରଜନୀକାନ୍ତଙ୍କ କ୍ରେଜ; ଧମାଲ କରୁଛି  ଫିଲ୍ମ ‘ଜେଲର’ 

mahabharatanews

ଗାୟକ ଜୁବିନ ଗର୍ଗଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଥିଲା : ହିମନ୍ତ ବିଶ୍ୱଶର୍ମା

mahabharatanews