ମନୋରଞ୍ଜନ

ପୁନମ୍‌ଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

(ମୁମ୍ବାଇ) : ନିଜ ମୃତ୍ୟୁ ସଂକ୍ରାନ୍ତ ମିଥ୍ୟା କଥା ପ୍ରଚାର କରିଥିବାରୁ ମ‌େଡେଲ୍‌ ତଥା ଅଭିନେତ୍ରୀ ପୁନମ୍‌ ପାଣ୍ଡେଙ୍କ ଉପରେ ମୁମ୍ବାଇ ପୁଲିସ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଶନିବାର ଦିନ ମହାରାଷ୍ଟ୍ର ବିଧାନ ପରିଷଦ୍‌ର ସଦସ୍ୟ ସତ୍ୟଜିତ ତାମ୍ବେ ଦାବି କରିଛନ୍ତି।

ସୂଚନାନୁଯାୟୀ , ନିଜସ୍ବ ପ୍ରଚାର ବା ନାଁ ପାଇଁ ଏଭଳି କାର୍ଯ୍ୟ ବା କୌଶଳ ଅବଲମ୍ବନ କରୁଥିବା ଲୋକମାନଙ୍କ ପାଇଁ ଦୃଷ୍ଟାନ୍ତସ୍ବରୂପ ପାଣ୍ଡେଙ୍କ ନାଁରେ ମାମଲା ରୁଜୁ କରାଯିବା ଉଚିତ। ସର୍ଭିକାଲ୍‌ କର୍କଟରୋଗରେ ପୁନମଙ୍କର ମୃତ୍ୟୁ ଘଟିଛି ବୋଲି ଖବର ପ୍ରସାରିତ ହେବା ପରେ ଏ ପ୍ରସଙ୍ଗକୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ବିତର୍କ ହୋଇଥିଲା। କିନ୍ତୁ, ଶନିବାର ଦିନ ୩୨ ବର୍ଷୀୟା ପୁନମ ପାଣ୍ଡେ ନିଜେ ଘୋଷଣା କଲେ ଯେ, ସେ ବଞ୍ଚିଛନ୍ତି।

 

Related posts

କରୋଲିନା ବାଏଲସ୍କା ଜିତିଲେ ‘ମିସ୍ ୱାର୍ଲ୍ଡ ୨୦୨୧’ ଟାଇଟଲ୍

mahabharatanews

ସଲମାନ ଖାନଙ୍କ ଫାର୍ମ ହାଉସରେ ୨ ଅଜଣା ବ୍ୟକ୍ତି

mahabharatanews

ଆଜି କିଙ୍ଗ ଖାନାଙ୍କ ୫୮ ତମ ଜନ୍ମଦିନ 

mahabharatanews