ମନୋରଞ୍ଜନ

ଜୟପୁରରେ ଅନୁଷ୍କା ସେଟ୍ଟି ଓ ରମ୍ୟା କ୍ରିଷ୍ଣନ୍‌

(ଜୟପୁର) : ଦକ୍ଷିଣ ଚଳଚ୍ଚିତ୍ର ଜଗତର ଦୁଇ ସୁପରଷ୍ଟାର ଅଭିନେତ୍ରୀ ତଥା ବାହୁବଳୀ ଫେମ୍‌ ଅନୁଷ୍କା ସେଟ୍ଟି ଓ ରମ୍ୟା କ୍ରିଷ୍ଣନ୍‌ ଜୟପୁରରେ  ଏକ ବହୁଭାଷୀ ଚଳଚ୍ଚିତ୍ରର ସୁଟିଂ ପାଇଁ ପହଂଚିଛନ୍ତି । ପହଞ୍ଚିବା ପରେ ସ୍ଥାନୀୟ ବାଲ୍‌କ୍ରିଷ୍ଣା ପେଲେସ୍‌ରେ ରହିଛନ୍ତି। ଏଥିପାଇଁ ହୋଟେଲର ସମସ୍ତ ରୁମ୍‌ ଆସନ୍ତା ୧୪ ପର୍ଯ୍ୟନ୍ତ ପ୍ରଯୋଜନା ସଂସ୍ଥା ପକ୍ଷରୁ ବୁକ୍‌ କରାଯାଇଛି।

ସୂଚନାନୁଯାୟୀ , ଉଭୟ ଅଭିନେତ୍ରୀ ଛତିଶଗଡ଼ର ଜଗଦଲପୁର ସହର ନିକଟସ୍ଥ ଚିତ୍ରକୋଟ ଏବଂ ତିରଥଗଡ଼ରେ ସିନେମାର କିଛି ଅଂଶ ସୁଟିଂ କରିଥିବା ସୂଚନା ମିଳିଛି। ହୋଟେଲ୍‌ରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏପରିକି ଉଭୟ ଅଭିନେତ୍ରୀଙ୍କ ନିମନ୍ତେ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ଆଗାମୀ କିଛି ଦିନ ମଧ୍ୟରେ ଜୟପୁର ସହରର ମୁଖ୍ୟରାସ୍ତା, ସୂର୍ଯ୍ୟ ମହଲ, ଜୟନଗର, ଜଗନ୍ନାଥ ସାଗର ପାର୍ଶ୍ବ ପାର୍କରେ ସୁନେମାର ସୁଟିଂ ହେବ ବୋଲି ସୂଚନା ମିଳିଛି। ଏହାବ୍ୟତୀତ ଦେଓମାଳିରେ ବି ସିନେମାର କିଛି ଦୃଶ୍ୟ ସୁଟିଂ କରାଯିବ।

Related posts

 ରଣବୀରଙ୍କ ଜିମ୍ ଟ୍ରେନର ସେୟାର କଲେ ଏଭଳି ଭିଡିଓ 

mahabharatanews

୨୨ରେ ରିଲିଜ ହେବ ପ୍ରଭାସଙ୍କ ଫିଲ୍ମ ‘ସାଲାର୍‌’

mahabharatanews

ମନ୍ଦିରରେ ବାସନ ଧୋଇ ଚର୍ଚ୍ଚାରେ ପରିଣୀତି ଓ ସ୍ବାମୀ ରାଘବ

mahabharatanews