ମନୋରଞ୍ଜନ

କାନ୍ଧରେ ହାତ ରଖିବା ବିଜେପି ନେତାଙ୍କୁ ପଡିଲା ମହଙ୍ଗା

(ମୁମ୍ବାଇ) : ମହିଳା ସାମ୍ବାଦିକଙ୍କୁ କ୍ଷମା ପ୍ରାର୍ଥନା କଲେ ମାଲାୟାଲମ ସୁପରଷ୍ଟାର ତଥା ବିଜେପି ନେତା ସୁରେଶ ଗୋପୀ । ସୁରେଶ ଜନୈକା ମହିଳା ସାମ୍ବାଦିକଙ୍କ କାନ୍ଧରେ ହାତ ରଖିବା ମହଙ୍ଗା ପଡ଼ିଛି। ଏଥିପାଇଁ ସେ ଶନିବାର ସଂପୃକ୍ତ ମହିଳା ସାମ୍ବାଦିକଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି।

ସୂଚନାନୁଯାୟୀ ,  ‘ଏ ଘଟଣାକୁ ନେଇ ମହିଳା ସାମ୍ବାଦିକ ନିଜର ଭାବନା ପ୍ରକାଶ କରି ମୋର ଏ ପ୍ରକାରର ଆଚରଣକୁ ନେଇ କ୍ଷୋଭ ପ୍ରକାଶ ଥିବାରୁ ମୁଁ ଏହାକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରୁଛି। ଯଦି ମୋର ଆଚରଣ ତାଙ୍କର ଭାବନାକୁ ଆଘାତ ଦେଇଥାଏ ଅବା କୌଣସି ପ୍ରକାରର ପ୍ରଭାବିତ କରିଥାଏ ତେବେ ତାଙ୍କ ନିକଟରେ ମୁଁ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି’ ବୋଲି କହିଛନ୍ତି । ମାଲାୟାଲମ ସୁପରଷ୍ଟାର ତଥା ବିଜେପି ନେତା ସୁରେଶ ଗୋପୀ।ସେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ଦୁଇ ଥର ତାଙ୍କ କାନ୍ଧରେ ହାତ ରଖଥିଲେ।

Related posts

ମା’ଙ୍କ ସହ ନଜର ଆସିଲେ ସଲମାନ

mahabharatanews

ଜୟା ପ୍ରଦାଙ୍କୁ ଜେଲଦଣ୍ତ ସହ ଜରିମାନା

mahabharatanews

ହସ୍ପିଟାଲରୁ ଘରକୁ ଫେରିଲେ ସୈଫ୍

mahabharatanews