ଭାରତ

୧୨ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ମାଳଦ୍ୱୀପ

(ତାମିଲନାଡୁ): ୧୨ ଜଣ ମତ୍ସ୍ୟଜୀବୀଙ୍କୁ ମାଳଦ୍ୱୀପ ତଟରକ୍ଷୀ ବାହିନୀ ଗିରଫ କରିଛି। ଏହି ଘଟଣା ଜଣାପଡ଼ିବା ପରେ ସେମାନଙ୍କୁ ମୁକ୍ତ କରିବା ଏବଂ ସେମାନଙ୍କ ଡଙ୍ଗା ଫେରସ୍ତ ଦେବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍‌ ଶନିବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

ସୂଚନାନୁଯାୟୀ ,କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଚିଠି ଲେଖି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ କହିଛନ୍ତି ଯେ ଅକ୍ଟୋବର ୧ ତାରିଖରେ ଥୁଥୁକୁଡି ଜିଲ୍ଲାରୁ ଯାନ୍ତ୍ରିକ ମାଛଧରା ଡଙ୍ଗାରେ ମାଛ ଧରିବାକୁ ବାହାରିଥିବା ମତ୍ସ୍ୟଜୀବୀମାନଙ୍କୁ ମାଳଦ୍ୱୀପ ତଟରକ୍ଷୀ ବାହିନୀ ଅକ୍ଟୋବର ୨୩ ତାରିଖରେ ଥିନାଧୁ ଦ୍ୱୀପ ନିକଟରୁ ଗିରଫ କରିଥିଲା।

 

 

Related posts

ବିଲ ଗେଟ୍ସଙ୍କୁ ଉପହାରରେ ଦାର୍ଜିଲିଂ ଏବଂ ନୀଳଗିରି ଚା ପତ୍ର 

mahabharatanews

ଥମୁନି ମଣିପୁର ହିଂସା : ଗୁଳି କରି ୩ଜଣଙ୍କୁ ହତ୍ୟା 

mahabharatanews

ଏକାଧିକ ଏଲପିଜି ସିଲିଣ୍ଡର ବିସ୍ଫୋରଣ 

mahabharatanews