ଭାରତ

୨୨ଦିନରେ ଇସ୍ରାଏଲ୍ ହାମାସ୍ ଯୁଦ୍ଧ

(ଇସ୍ରାଏଲ୍) : ଥମୁନି ଇସ୍ରାଏଲ୍ ହାମାସ୍ ଯୁଦ୍ଧ । ଦୀର୍ଘ ୨୨ ଦିନ ହେବ ଚାଲିଛି ଯୁଦ୍ଧ । ଏଥି ମଧ୍ୟରେ ଗାଜା ଉପରେ ଜୋରଦାର ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ । ଏୟାରଷ୍ଟ୍ରାଇକରେ ଗାଜାରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି । ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଉତ୍ତର ଗାଜାର ଅବସ୍ଥା ଆହୁରି ବିଗିଡି ଯାଇଛି । ଆଇଡିଏଫ୍ ହାମାସ ଉପରେ ଆକ୍ରମଣକୁ ତୀବ୍ର କରିଛି ।

ସୁହାନାନୁଯାୟୀ , ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀର ମୁଖପାତ୍ର ରିୟର ଆଡମିରାଲ୍ ଡାନିଏଲ୍ ହଗାରୀଙ୍କ ଅନୁଯାୟୀ ଗତ କିଛି ଘଣ୍ଟା ମଧ୍ୟରେ ସେନା ଘାଜା ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ କରିଛି । ଇସ୍ରାଏଲ୍ ବାୟୁସେନାର ଟାର୍ଗେଟରେ ହାମାସ ବେସ୍ ରହିଛି । ତେବେ ଏହି ସମୟ ମଧ୍ୟରେ ଜୀବନ ନଷ୍ଟକୁ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି । ଉତ୍ତର ଗାଜାରୁ ପାଲେଷ୍ଟାଇନୀୟମାନଙ୍କୁ ଉତ୍ତର ଦିଗକୁ ଯିବାକୁ IDF ନିବେଦନ କରିଛି । ପ୍ରତିଶୃତି ପୂରଣ କରୁନାହିଁ ବିଜେପି. ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀର ମୁଖପାତ୍ର ରିୟର ଆଡମିରାଲ୍ ଡାନିଏଲ୍ ହଗାରୀ କହିଛନ୍ତି ଯେ ସ୍ଥଳସେନା ଶୁକ୍ରବାର ରାତିରେ ସେମାନଙ୍କ କାର୍ଯ୍ୟକଳାପକୁ ଜୋରଦାର କରିଛନ୍ତି ।

Related posts

ଆଜି ଲଢ଼ିବେ ଭାରତ-ପାକିସ୍ତାନ : ଅପରାହ୍ନ ଗୋଟାଏ ୩୦ରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ

mahabharatanews

ରିଫାଇନେରିରେ ବଡ଼ ଧରଣର ଅଗ୍ନିକାଣ୍ଡ 

mahabharatanews

ନିଜ ରିଲେସନକୁ ଓପନ କରି ଗାର୍ଲଫ୍ରେଣ୍ଡ ସହ ଫୋଟୋ ଛାଡିଲେ ହ୍ରିତିକ ରୋଶନ

mahabharatanews