ଓଡିଶା

କାଲିଠୁ ମାଲକାନଗିରି ସଟଡାଉନ

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି):ମାଲକାନଗିରି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର କରିଛିି । ଯାହାକି ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଛି । ଏହି ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜୁଲାଇ ୩ ତାରିଖ ରାତି ୮ଟାରୁ ୫ ତାରିଖ ୧୨ଟା ପର୍ଯ୍ୟନ୍ତ ପୌରାଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି । ଏନେଇ ଜିଲ୍ଲାପାଳ ମନୀଶ ଅଗ୍ରୱାଲ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତମାନଙ୍କ ମଧ୍ୟରୁ ୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୪ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Related posts

ନବଜ୍ୟୋତି କ୍ଳବ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

mahabharatanews

ଓଡିଶା ଅଭିଭାବକ ମହାସଂଘର ସମ୍ପୂର୍ଣ ସାକ୍ଷରତା ଅଭିଯାନ

mahabharatanews

ରାମନାଗ ବ୍ଲକ କାର୍ଯ୍ୟଳୟରେ ଯୁଗ୍ମ ଅଭିଯୋଗେ ଶୁଣାଣି

mahabharatanews