ଅପରାଧଓଡିଶା

ସାପ କାମୁଡ଼ାରେ ସାପ ଧରାଳି ମୃତ

ସୁବର୍ଣ୍ଣପୁର: ସାପ କାମୁଡ଼ାରେ ଜଣେ ସାପ ଧରାଳିଙ୍କର ମୃତ୍ୟୁ । ଏଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ । ମୃତ ସାପ ଧରାଳିଙ୍କ ନାଁ ଗୌର ଜଗଦଲା ସେ ମେଣ୍ଡାମାଳ ଗାଁର ବାସିନ୍ଦା । ଚମ୍ପମାଳ ଗାଁରେ ଜଣଙ୍କ ଘରେ ସାପ ପଶିଯାଇଥିବା ଖବର ପାଇ ସେଠାକୁ ଯାଇଥିଲେ ଗୌର ଜଗଦଲା । ସେଠାରେ ସେ ସାପଟିକୁ ଧରିବାରେ ସଫଳ ହୋଇଥିଲେ । ସାପକୁ ଧରି ବୀରମହାରାଜପୁର ଥାନାକୁ ଯାଇଥିଲେ । ପୁଲିସ କର୍ମଚାରୀ ଓ ଅନ୍ୟ ଲୋକଙ୍କୁ ସାପଟକୁ ଦେଖାଇବା ସମୟରେ ସାପଟି ତାଙ୍କ ହାତକୁ କାମୁଡ଼ି ଦେଇଥିଲା । ଥାନାରୁ ଜଣେ ବ୍ୟକ୍ତି ତାଙ୍କୁ ବାଇକରେ ସୋନପୁର ଡାକ୍ତରଖାନକୁ ନେଇଥିଲେ । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି ।

Related posts

ବୃଦ୍ଧି ପାଉଛି ହାତୀ ଆକ୍ରମଣ; ଜଣେ ପୂଜାରୀ ମୃତ

mahabharatanews

ମାନବାଧିକାର କମିଶନ ଅଫିସର କର୍ମଚାରୀ ସଂକ୍ରମିତ ଚିହ୍ନଟ

mahabharatanews

ମହାଶିବରାତ୍ରି: ଆଜି ୧୦ ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

mahabharatanews