ବିଶେଷଭାରତ

ନିଜ ହାତରେ ସାପକୁ ପାଣି ପିଆଇଲେ ବ୍ୟକ୍ତି: ଥରେ ନଜର ପକାନ୍ତୁ ଭିଡ଼ିଓ ଉପରେ

ମୁମ୍ବାଇ: ଗ୍ରୀଷ୍ମ ଋତୁର ଡହଡହ ଖରାରେ ସାରା ପ୍ରାଣୀ ଜଗତ ହନ୍ତସନ୍ତ ହୋଇଥାନ୍ତି । ଏଣୁ ଜଳକୁ ଗ୍ରୀଷ୍ମର ଅମୃତ ଧାରା ବୋଲି ବିବେଚନା କରାଯାଇଥାଏ । ସେ ମଣିଷ ହେଉ କି ଜୀବଜନ୍ତୁ, ସମସ୍ତେ ଜଳ ବିହୁନେ ଡହଳ ବିକଳ ହୋଇଥାନ୍ତି । ମଣିଷ ତ ଯେ କୌଣସି ଉପାୟରେ ନିଜର ଶୋଷ ମେଣ୍ଟାଇ ଦେଇଥାଏ କିନ୍ତୁ ନିରବ ପଶୁ ଓ ପକ୍ଷୀମାନେ ଟିକିଏ ଜଳ ଲାଗି ହାଇଁ ପାଇଁ ହୋଇଥାନ୍ତି । ସେହି ନିରବ ପ୍ରାଣୀଙ୍କ ପାଇଁ କିଛି ଉଦାର ଚରିତ୍ର ବ୍ୟକ୍ତି ଅଛନ୍ତି ଯିଏ ନିଜ ଘର ସମ୍ମୁଖରେ କିଛି ପାତ୍ରରେ ଜଳ ରଖିଥାନ୍ତି । ଏହିପରି କିଛି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଭାଇରାଲ ହେଉଥିବା ଭିଡିଓଟି ଏକ ସାପ ସହିତ ଜଡିତ । ଯାହା ୟୁଜର୍ସଙ୍କୁ ବେଶ ପସନ୍ଦ ଆସିଛି ।

ଭିଡିଓରେ ଗୋଟିଏ ସାପ ଭୀଷଣ ଖରା ହେତୁ ଶୋଷିଲା ରହିଥିଲା । ଏହି ସମୟରେ ଜଣେ ବ୍ୟକ୍ତି ସେହି ସାପକୁ ନିଜ ପାପୁଲିରେ ପାଣି ପିଆଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଭିଡିଓଟିକୁ ଦେଖିବା ପରେ ହୁଏତ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଉକ୍ତ ଭିଡିଓଟିକୁ ଆଇଏଫଏସ୍ ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି। ୪୯ ସେକେଣ୍ଡର ଏହି ଭିଡିଓରେ ଅନେକ କିଛି ଶିକ୍ଷା ରହିଛି, ଯେ ଅଳ୍ପ କିଛି ବୁନ୍ଦା ଜଳ କାହାର ଜୀବନ ବଞ୍ଚାଇ ପାରିବ । ଗ୍ରୀଷ୍ମ ଆସୁଛି ଏଣୁ ଅପଣ ବଗିଚା, ନିଜ ଘର ଆଗରେ ବା ରାସ୍ତା କଡରେ ପାତ୍ରରେ କିଛି ଜଳ ଭର୍ତ୍ତି କରି ରଖନ୍ତୁ । ଯାହାଦ୍ୱାରା ଅନେକ ପଶୁ ପକ୍ଷୀଙ୍କ ଜୀବନ ରକ୍ଷା ପାଇପାରିବ ।

Related posts

ଫେରାର ହେବା ପରେ ଥାଇଲ୍ୟାଣ୍ଡରେ ଅଟକ ରହିଲେ ଲୁଥ୍ରା ବ୍ରଦର୍ସ

mahabharatanews

ଜୋ ବାଇଡେନଙ୍କୁ କରୋନା

mahabharatanews

ସରିଲା ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା

mahabharatanews