ଓଡିଶା

ବିଦ୍ୟୁତ ଆଘାତରେ ବ୍ୟକ୍ତିଙ୍କ ମୃତ୍ୟୁ

(ମଧୁସୂଦନ ବହିଦାର/ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ବୁଡ଼କାବାହାଲ ଗାଁର ଜଣେ ବ୍ୟକ୍ତି ବିଦ୍ୟୁୃତ ଆଘାତରେ ପ୍ରାଣ ହରାଇଛନ୍ତି । ମୃତକ ଜଣକ ଶୁକ୍ର ସାଗର ବୋଲି ଜଣାପଡିଛି । ପରିବାର ଲୋକଙ୍କ କହିବାନୁଯାୟୀ, ସେ ଘରେ ଶୋଇଥିଲେ । ପାହାନ୍ତିଆରୁ ଉଠି ଶୌଚ ପାଇଁ ଯାଇଥିଲେ । ରାସ୍ତାରେ ବିଦ୍ୟୁତ ସଂଯୋଗ ହୋଇଥିବା ଏକ ଛିଣ୍ଡା ତାର ତାଙ୍କ ହାତରେ ଲାଗି ଯାଇଥିଲା । ଏହି ସମୟରେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ସ୍ତ୍ରୀ ବିଦ୍ୟୁତ ଆଘାତ ପାଇଥିଲେ । ପରେ ପରିବାର ଲୋକେ ତାଙ୍କୁ ବଲାଙ୍ଗୀର ସ୍ଥିତ ଭୀମଭୋଇ କଲେଜ ଓ ହସପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Related posts

ହାଇଦ୍ରାବାଦରେ କୋରାପୁଟର ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews

ଆସନ୍ତା ୨୪ ଘଣ୍ଟାରେ ୬ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା 

mahabharatanews

କରୋନା କଲା କାଙ୍ଗାଳ: ବ୍ୟବସାୟ ବୁଡିଲା ପରେ ହାତରେ ଭିକ୍ଷାଥାଳ

mahabharatanews