(ମଣିପୁର) : ପ୍ରାୟ ଦୁଇ ମାସ ଧରି ପାହାଡ଼ି ରାଜ୍ୟ ମଣିପୁରରେ ଲାଗି ରହିଛି ହିଂସା । ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ଏହି କ୍ରମରେ ଆଜି ଇସ୍ତଫା ଦେଇ ପାରନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହ । ମଣିପୁର ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫା ପ୍ରଦାନ କରିପାରନ୍ତି ବୋଲି ମିଡ଼ିଆ ରିପୋର୍ଟରୁ ଜଣାପଡ଼ିଛି ।
ସୂଚନାନୁଯାୟୀ, ବିରେନ ସିଂହ ନିକଟରେ ଦିଲ୍ଲୀ ଗସ୍ତରେ ଯାଇ ସେଠାରେ ବହୁ ବରିଷ୍ଠ ନେତାଙ୍କ ବ୍ୟତୀତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଥିଲେ । ହିଂସା ପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ ସେମାନଙ୍କୁ ମଧ୍ୟ କହିଥିଲେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ରାଜ କୁମାର ରଂଜନ ସିଂହ ନିକଟରେ ସିଏମ ଏବଂ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ସିଏମଙ୍କ ନେତୃତ୍ୱରେ ଆଇନ ଶୃଙ୍ଖଳା ବିଫଳ ହୋଇଛି । ବିକ୍ଷୋଭକାରୀ ମାନେ ମଧ୍ୟ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ।