(ମଣିପୁର) : ଥମୁନି ମଣିପୁର ହିଂସା । ଦୁଇ ଶିକ୍ଷାର୍ଥୀଙ୍କ ମୃତଦେହର ଫଟୋ ଭାଇରାଲ ହେବା ପରେ ଅଶାନ୍ତ ହୋଇପଡିଛି ମଣିପୁର । ଏଥିପାଇଁ ମଣିପୁରରେ ମୋବାଇଲ ଇଣ୍ଟରନେଟ ସେବା ବ୍ୟାନ କରି ଦିଆଯାଇଛି । ମାତ୍ର ୨ ଦିନ ତଳେ ମଣିପୁରରେ ଇଣ୍ଟରନେଟ ସେବା ସ୍ୱାଭାବିକ ହୋଇଥିଲା । ହେଲେ ପରିସ୍ଥିତି ଅଶାନ୍ତ ହେବାରୁ ପୁଣିଥରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଅସ୍ଥାୟୀ ଭାବେ ମୋବାଇଲ ଇଣ୍ଟନନେଟ ସେବାକୁ ବନ୍ଦ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ସୂଚନାନୁଯାୟୀ , ଅକ୍ଟୋବର ପହିଲାରେ କାର୍ଯ୍ୟକାରୀ ହେବ । ଖାଲିସ୍ତାନୀ ନେଟୱାର୍କ ଉପରେ କାର୍ଯ୍ୟାନୁଷ୍ଠାନ; ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନର ୫୦ ଟି ସ୍ଥାନରେ NIA ଚଢାଉ ଏଥିପାଇଁ ମେ’ ମାସ ଆରମ୍ଭରୁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା । କିନ୍ତୁ ଧୀରେଧୀରେ ସ୍ଥିତି ସ୍ୱାଭାବିକ ହେବାରୁ ଦୁଇ ଦିନ ତଳେ ହିଁ ଇଣ୍ଟରନେଟ ସେବା ଆରମ୍ଭ ହୋଇଥିଲା । କିନ୍ତୁ ଦୁଇ ଜଣ ଶିକ୍ଷାର୍ଥୀଙ୍କ ମୃତଦେହର ଫଟୋ ଭାଇରାଲ ହେବାରୁ ରାଜ୍ୟରେ ବିକ୍ଷୋଭ ଦେଖାଯାଇଥିଲା । ରାଜ୍ୟର ଜଣେ ଛାତ୍ର ଓ ଆଉ ଜଣେ ଛାତ୍ରୀଙ୍କୁ ଅପହରଣ କରିବା ପରେ ନିର୍ମମ ଭାବେ ହତ୍ୟା କରାଯାଇଛି ।
