ଭାରତ

 ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶାହନାୱାଜ ହୁସେନ୍‌

(ଦିଲ୍ଲୀ) : ହସ୍ପିଟାଲରେ ଭର୍ତି  ହେଲେ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶାହନାୱାଜ ହୁସେନ୍‌ ।  ସେ ହୃଦଘାତର ଶିକାର ହୋଇଛନ୍ତି । ତାଙ୍କୁ ମୁମ୍ବାଇର ଲିଲାଭାଟୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ଅପରାହ୍ନ ପ୍ରାୟ ୪ .୩୦  ସମୟରେ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା । ସେ  ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଅଛନ୍ତି  ।

ସୂଚନାନୁଯାୟୀ , ଶାହନଓ୍ୱାଜ ହୁସେନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ପରେ ତାଙ୍କୁ ପ୍ରାଇଭେଟ ୱାର୍ଡକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ସେହିପରି ପୂର୍ବରୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ହେବା ପରେ ହୁସେନ୍‌ଙ୍କୁ ଅଗଷ୍ଟରେ ଦିଲ୍ଲୀର AIIMS ରେ ଭର୍ତ୍ତି କରାଯାଇଥିଲା । ଏହି ସମୟ ମଧ୍ୟରେ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ।

Related posts

ଦେଶର ୨୦ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ଦେଲେ ନିଟ୍ ପରୀକ୍ଷା

mahabharatanews

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ମାନସ ଓ ସୁଲତା

mahabharatanews

ଆସନ୍ତାକାଲି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି 

mahabharatanews