ଭାରତ

ସତର୍କ ସୂଚନା ଜାରି କଲା ଦିଲ୍ଲୀ ପୋଲିସ

(ଦିଲ୍ଲୀ) : କଡାକଡି ହେଲା ଦିଲ୍ଲୀ ସୁରକ୍ଷା । ଚଣ୍ଡିଗଡ଼ ମେୟର ନିର୍ବାଚନରେ ​​ଠକେଇ ଅଭିଯୋଗରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟି ଆଜି ବିଜେପି ମୁଖ୍ୟାଳୟ ବାହାରେ ବିରୋଧ ପ୍ରଦର୍ଶନ କରିବା ନେଇ ସୂଚନା ରହିଛି । ସେହିପରି ଦିଲ୍ଲୀ ସରକାରରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ବିଜେପି AAP କାର୍ଯ୍ୟାଳୟ ନିକଟରେ ବିରୋଧ କରିବା ନେଇ ଘୋଷଣା କରିଛି ।  ଦିଲ୍ଲୀରେ AAP ଏବଂ ବିଜେପିର ବିରୋଧ ପ୍ରଦର୍ଶନକୁ ନେଇ ସତର୍କ ସୂଚନା ଜାରି କରିଛି ପୋଲିସ । ଦିଲ୍ଲୀରେ ଟ୍ରାଫିକ ଆଲର୍ଟ ମଧ୍ୟ ଜାରି କରାଯାଇଛି।

ସୂଚନାନୁଯାୟୀ ,ଦିଲ୍ଲୀ ପୋଲିସ କହିଛି , ଯେ ଆମେ ବିରୋଧର ମୁକାବିଲା ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ସମସ୍ତ ପ୍ରକାର ପ୍ରକାର ବ୍ୟବସ୍ଥା କରାଯାଇଛି । ଦିଲ୍ଲୀ ପୋଲିସ କହିଛି ଯେ ଅତିରିକ୍ତ ବାହିନୀ ମଧ୍ୟ ନିୟୋଜିତ ହେବ। କାହାକୁ ଆଇନ ଶୃଙ୍ଖଳା ଉଲ୍ଲଂଘନ କରିବାକୁ ଦିଆଯିବ ନାହିଁ।

 

Related posts

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୫୭୫ ଆକ୍ରାନ୍ତ ଚିହ୍ନଟ ଓ ୧୪୫ ଜଣ ମୃତ

mahabharatanews

ଆଜି ପ୍ରକାଶ ପାଇପାରେ ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା 

mahabharatanews

ଲୁଧିଆନା କୋର୍ଟ ପରିସରରେ ବିସ୍ଫୋରଣ: ୨ ମୃତ

mahabharatanews