ଭାରତ

ମଣିପୁର ହିଂସା: ଜୁଲାଇ ୧୦ରେ ସୁପ୍ରିମକୋର୍ଟଙ୍କ  ଶୁଣାଣି 

(ମଣିପୁର) : ଥମିବାର ନାଁ ଧରୁନି ମଣିପୁର ହିଂସା । ଏହି ହିଂସାରେ ଏପର୍ଯ୍ୟନ୍ତ ପ୍ରାୟ ୧୦୦  ନିରୀହ ଜୀବନହାନି ହୋଇସାରିଲାଣି । ସରକାରଙ୍କ ବାରମ୍ବାର ଉଦ୍ୟମ ସତ୍ତ୍ୱେ ପରିସ୍ଥିତିରେ ସୁଧାର ଆସୁନାହିଁ । ଏହି ସମୟରେ ରାଜ୍ୟର ଏପରି ସ୍ଥିତି ଉପରେ ତତ୍ପର ପ୍ରକାଶ କରିଛନ୍ତି ସୁପ୍ରିମ କୋର୍ଟ । ମଣିପୁର ଜାତିଗତ ହିଂସା ଉପରେ ଦୃଢ ଆଭିମୁଖ୍ୟ ଗ୍ରହଣ କରି ମଣିପୁରରେ ବର୍ତ୍ତମାନର ପରିସ୍ଥିତିର ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାନୁଯାୟୀ ,ସୋମବାର ଦିନ ସୁପ୍ରିମକୋର୍ଟ ମଣିପୁର ସରକାରଙ୍କୁ ରାଜ୍ୟରେ ଜାତିଗତ ହିଂସା ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ସୁପ୍ରିମକୋର୍ଟ ଜୁଲାଇ ୧୦ରେ ଶୁଣାଣି କରିବେ ।

Related posts

ହନୁମାନ ପତାକାକୁ କାଢ଼ିବାକୁ ନେଇ ବିକ୍ଷୋଭ ପ୍ରଦର୍ଶନ

mahabharatanews

ମହାରାଷ୍ଟ୍ରରେ ପ୍ରବଳ ବର୍ଷା: ବଜ୍ରାଘାତରେ ଗଲାଣି ୧୩ ଜୀବନ

mahabharatanews

ଅଚାନକ ଅଗ୍ନିକାଣ୍ଡରେ ୭ ମୃତ

mahabharatanews