(ଭୁବନେଶ୍ୱର) :ବିଜେଡିରେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । କିଛି ଦିନ ତଳେ ସେ ଭାରତୀୟ ବାୟୁ ସେନାରୁ ଅବସର ନେଇଛନ୍ତି । ମନ୍ମଥଙ୍କ ସହ ଭୁବନେଶ୍ୱର, ଜଟଣୀ ଓ ଭୁବନେଶ୍ୱରରୁ ଆସିଥିବା ସମର୍ଥକଙ୍କୁ ଦଳକୁ ସ୍ୱାଗତ ଜଣାଇଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ । କ୍ୟାପଟେନ ମନ୍ମଥ ଜଣେ ସୁପରିଚିତ ଚେହେରା । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କ ଯୋଗଦାନରେ ଦଳ ଆହୁରି ସଶକ୍ତ ହେବ ବୋଲି ମାନସ ମଙ୍ଗରାଜ କହିଛନ୍ତି । ମନ୍ମଥଙ୍କ ସହ ସସ୍ମିତା ଗୁମାନସିଂ, ବିଜୟ ମହାନ୍ତି, ଜ୍ୟୋତିର୍ମୟୀ, ତ୍ରିଲୋଚନ ପ୍ରଧାନ, ସୁରେଶ ଗଜେନ୍ଦ୍ର ଙ୍କ ସମେତ ପ୍ରାୟ ହଜାର ହଜାର ସମର୍ଥକ ସାମିଲ ହେଲେ । ସେହିପରି ଓଡ଼ିଆ ମାଟିର ସୁଯୋଗ୍ୟ ସନ୍ତାନ, ଆମ ଆଦର୍ଶ, ଭାରତ ବର୍ଷର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଲୋକ ବିଜେଡିରେ ମିସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ନେଇ ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ପାଇଁ କୃତଜ୍ଞତା । 5T ଅଧ୍ୟକ୍ଷ, ସଂଗଠନ ସମ୍ପାଦକଙ୍କୁ ଧନ୍ୟବାଦ ଜଟଣୀ ଓ ଖୋର୍ଦ୍ଧା ପାଇଁ ଗର୍ବର ଦିନ । ସମସ୍ତଙ୍କ ମିଳିତ ପ୍ରଚେଷ୍ଟାରେ ଜଣେ ଅନୁଭବୀ ନେତା, ଆଦର୍ଶବାଦୀ ନେତା, ଜଟଣୀ ସେବା ପାଇଁ ପ୍ରଶଂସନୀୟ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ଯୋଗ ଦେଇଥିବାରୁ ଧନ୍ୟବାଦ, ଶୁଭେଚ୍ଛା| ତାଙ୍କ ଯୋଗଦାନ ଖୋର୍ଦ୍ଧା ଜିଲ୍ଲା ଓ ଜଟଣୀ ପାଇଁ ଯଥେଷ୍ଟ ଆବଶ୍ୟକ ହେବ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତରାୟ |
