ମନୋରଞ୍ଜନ

ଥମୁନି ଓଲିଉଡ଼ ମାମଲା ; ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ମନୋଜ 

(ଭୁବନେଶ୍ୱର): ଓଲିଉଡରେ ଅଭିନେତା ମନୋଜ ମିଶ୍ରଙ୍କ ବାସନ୍ଦ କରାଯିବା ଘଟଣାକୁ ନେଇ ବିବାଦ ଥମିବାର ନା ନେଉନି । ଆଜି ମନୋଜ ସିନେମା ବିତରଣ ବ୍ୟବସ୍ଥାକୁ ସଜାଡ଼ିବାକୁ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଏହା ସହିତ ସେ କହିଛନ୍ତି, ‘ମୋର ଅରିନ୍ଦମ କି ମୋର ଅନୁଭବ ଭିତରେ ଲଢ଼େଇ ନୁହେଁ ଯେ ଆମେ ବସିକି ସମାଧାନ କରିବୁ। ଆମକୁ ପ୍ରଥମେ ମୂଳ ସମସ୍ୟାକୁ ସମାଧାନ କରିବାକୁ ପଡ଼ିବ। ଜଣେ ସ୍ୱାଭିମାନୀ ଓଡ଼ିଶାବାସୀ ହିସାବରେ ମୁଁ ଯଦି ଚାହୁଛି ଆମ ଓଡ଼ିଶାର କଳା, ସାହିତ୍ୟ, ମ‌ହାପୁରୁଷଙ୍କ ବିଷୟରେ ସାରା ଭାରତ ଜାଣୁ, ମୁଁ କ’ଣ ଏ ସବୁ ଭାବିକି ଭୁଲ୍ କରୁଛି? ବଦନାମ ବି କଲେ। ଏବେ ତ ବାସନ୍ଦ ବି କରିଦେଲେ। କିଛି କଥା ନାହିଁ। ଏମିତି ଅନେକ ରୂପଶ୍ରୀ ବି ଆସିବେ ମୋର ଚରିତ୍ର ସଂହାର କରିବେ ବୋଲି ମ‌ନୋଜ କହିଛନ୍ତି।

Related posts

ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ‘ନେକଲେସ୍‌’ 

mahabharatanews

ରିଲିଜ ହେଲା ‘କାନ୍ତାରା-୨’ର ଲୋମଟାଙ୍କୁରା ଟିଜର

mahabharatanews

ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ରାଜ କୁନ୍ଦ୍ରାଙ୍କ ଫିଲ୍ମ

mahabharatanews