ମନୋରଞ୍ଜନ

ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ‘ନେକଲେସ୍‌’ 

(ମୁମ୍ବାଇ) : ବଲିଉଡ୍‌ ଟର୍ଣ୍ଣଡ ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜଣେ ଗ୍ଲୋବାଲ୍‌ ଆଇକନ୍‌। ନିଜର ଫେସନ ସେନ୍ସ ପାଇଁ ସେ ସର୍ବଦା ଲାଇମ୍‌ଲାଇଟ୍‌ ଚୋରେଇ ନେଇଥାନ୍ତି। କେବେ ନିଜର ପୋଷାକ ତ କେବେ କେଶବିନ୍ୟାନ, କେବେ ପିନ୍ଧିଥବା ଜୋତା ତ ପୁଣି କେବେ ପରିଧାନ କରିଥିବା ଅଳଙ୍କାରକୁ ନେଇ ଲାଇମ୍‌ଲାଇଟ୍‌ ଚୋରେଥାଆନ୍ତି ପ୍ରିୟଙ୍କା।

ସୂଚନାନୁଯାୟୀ , ସେ ପିନ୍ଧିଥିବା ଏକ ‘ନେକଲେସ୍‌’ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ପ୍ରିୟଙ୍କା ଗତକାଲି ତାରିଖରେ ଈଶା ଅମ୍ବାନୀଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଏକ ହୋଲି ପାର୍ଟିରେ ନଜର ଆସିଥିଲେ। ପାର୍ଟିରେ ସେ ଗୋଲାପୀ ରଂଗର ହାଇ ହିଲ୍ସ ଏବଂ ଶାଢ଼ି ପରିଧାନ କରିଥିଲେ। ତାହାକୁ ସେ ସମାନ ରଂଗର ‘ଡିପ୍‌ ନେକ୍‌ କଟ୍‌’ ବ୍ଲାଉଜ୍‌ ସହ ପିନ୍ଧି ନିଜ ଲୁକ୍‌କୁ ପୂରା କରିଥିଲେ। ଲୋକଙ୍କ ନଜର ସବୁଠାରୁ ଅଧିକ ଯାଇଥିଲା ପ୍ରିୟଙ୍କାଙ୍କ ନେକଲେସ୍‌ ଉପରକୁ। ତାଙ୍କ ‘ନେକ୍‌ଲେସ୍‌’ ନାଲି ଓ ନିଳ ରଂଗର ପଥର ବସିଛି। ଏହାବ୍ୟତୀତ ଏଥିରେ ହୀରା ବି ଖୋଦିତ ହୋଇଥିବାର ଦେଖିବାକୁ ମିଳିଛି।

Related posts

‌ଅଗଷ୍ଟ ୧୧ରେ ପରଦାକୁ ଆସିବ ଖିଲାଡି ହିରୋଙ୍କ ଫିଲ୍ମ  ‘ଓଏମ୍‌ଜି ୨’

mahabharatanews

ଅକ୍ଟୋବରରେ ବିବାହ କରିବେ ରାଘବ -ପରିଣୀତି !

mahabharatanews

ଆଜି ମୁକ୍ତିଲାଭ କରିବ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ଓଏମଜି-୨

mahabharatanews