ଓଡିଶା

ଚଳିତ ଥର ୭ଟି ଜାଗାରେ ଇକୋ ରିଟ୍ରିଟ୍

(ଭୁବନେଶ୍ୱର) : ପୁଣି ଖୋଲିବ ଇକୋ ରିଟ୍ରିଟ୍ । ପ୍ରକୃତି କୋଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ । ତା ସହ ଜଳ କ୍ରୀଡ଼ାର ନେବେ ମଜା । ସମୁଦ୍ର ବେଳା ବିସ୍ତୀର୍ଣ୍ଣ ବାଲୁକାରେ ଅତ୍ୟାଧୁନିକ କ୍ୟାମ୍ପ ସହ ମିଳିବ ଷ୍ଟାର୍ ହୋଟେଲର ସୁବିଧା । ଏଥର ତିନି ମାସ ଧରି ୭ ଟି ଜାଗାରେ ହେବ ଇକୋ ରିଟ୍ରିଟ୍ ।  ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଆଗ୍ରହ ସୃଷ୍ଟି ହୋଇଥିବା ବେଳେ ଇକୋ ରିଟ୍ରିଟ୍ ଓ୍ବେବସାଇଟ୍କୁ ଯାଇ ଯେକୌଣସି ବ୍ୟକ୍ତି ବୁକିଂ କରିପାରିବେ ।

କୋରାପୁଟ, କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ ଓ ପାଟୀ ସୋନାପୁର ବେଳାଭୂମିରେ ପର୍ଯ୍ୟଟକ ନିଆରା ଅନୁଭୂତି ସାଉଁଟିବେ । ପ୍ରଥମ ପର୍ଯ୍ୟାୟରେ ହୀରାକୁଦ, ଦାରିଙ୍ଗବାଡି, କୋରାପୁଟର ପୁଟସିଲ୍ ଓ ସାତକୋଶିଆ ଆଦି ୪ ଟି ସ୍ଥାନରେ ଉଦଘାଟିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏକାସାଙ୍ଗରେ ୪ଟି ସ୍ଥାନର ଇକୋ ରିଟ୍ରିଟକୁ ଉଦଘାଟନ କରିବେ । ବିଭିନ୍ନ ସ୍ଥାନରେ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ, ନିର୍ଦ୍ଦେଶକ ଓ ଅଧିକାରୀମାନେ ଉପସ୍ଥିତ ରହିବେ ।

Related posts

ଆଜି ଠାରୁ ଏସିବିରେ ଆରମ୍ଭ ହେଲା ଇକମୋ ଚିକିତ୍ସା

mahabharatanews

ମଞ୍ଚରେ ଚାଲିଗଲେ ମାଲେସୀୟ ନୃତ୍ୟଗୁରୁ

mahabharatanews

ସମସ୍ୟା ଘେରରେ ମାଳିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

mahabharatanews