ଭାରତ

“ମା’ଙ୍କ ଅଭିଶାପ ହେତୁ ଜେଲ ଭୋଗୁଛନ୍ତି କେଜ୍ରିୱାଲ”: ମନୋଜ ତିୱାରୀ 

(ଦିଲ୍ଲୀ) : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଏବେ ତିହାର ଜେଲରେ ବନ୍ଦୀ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏପ୍ରିଲ ୧୫ପର୍ଯ୍ୟନ୍ତ ସେ ଜେଲରେ ରହିବାକୁ ଥିବା ବେଳେ ଏବେ ବିଜେପି ସ‌ାଂସଦ ମନୋଜ ତିୱାରୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି , ” ପାଠ ପଢ଼ାଇ ଦେଶକୁ ଶିକ୍ଷିତ କରିବୁ ବୋଲି କହି ଯୁବପିଢ଼ିଙ୍କୁ ମଦ ପିଇବାକୁ କେଜ୍ରିୱାଲ ଅନୁପ୍ରାଣିତ କରିଥିବା କହିଛନ୍ତି ମନୋଜ। “ଅରବିନ୍ଦ କେଜ୍ରିୱାଲଙ୍କୁ ପାଠଶାଳା ଖୋଲିବାର ଥିଲା। ହେଲେ ସେ ମଧୁଶାଳା ଖୋଲିଦେଲେ। ଏହି ଭୁଲ ପାଇଁ ଦିଲ୍ଲୀର ମା’ମାନେ ତାଙ୍କୁ ଅଭିଶାପ ଦେଇଥିଲେ, ଯାହାର ଫଳ ସେ ଏବେ ଜେଲରେ ଭୋଗୁଛନ୍ତି। ଏବେ ଦିଲ୍ଲୀର ମଦ ଦୁର୍ନୀତିରେ ବିଜେପିକୁ ଏକ ଧଳା କାଗଜ ଆଣିବାକୁ ପଡିବ ଏବଂ ମୋର ବିଶ୍ୱାସ ଯେ, ଆମେ ସବୁ କିଛି ସଫା ଓ ସ୍ପଷ୍ଟ କରିଦେବୁ।

Related posts

ମୁଖ୍ୟମନ୍ତ୍ରୀଙ୍କ ଝିଅ ବିରୋଧରେ ମାମଲା ରୁଜୁ   

mahabharatanews

ଦେଶରେ ଉଦଘାଟନ୍ ହେଲା ନିଯୁକ୍ତି ମେଳା

mahabharatanews

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମିଳିଲା ଜାମିନ

mahabharatanews