Uncategorized

ଗଙ୍ଗାନଦୀରେ ଡଙ୍ଗା ବୁଡି ଅନେକ ନିଖୋଜ

ପାଟନା: ବିହାରର ଭାଗଲପୁର ଗଙ୍ଗାନଦୀରେ ଭାଗଲପୁରର ନାଉଗାଛିଆ ଅଞ୍ଚଳରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଏକ ଡଙ୍ଗାରେ ୧୦୦ରୁ ଅଧିକ ଯାତ୍ରୀ ଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଯାତ୍ରୀଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ମଧ୍ୟ ଥିଲେ । ଡଙ୍ଗା ବୁଡିବା ଖବର ପାଇ ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଗୁରୁବାର ସକାଳେ ଏକ ଡଙ୍ଗା ତିନଟଙ୍ଗାରୁ ଦିୟାରା ଅଭିମୁଖେ ଯାତ୍ରା କରିଥିଲେ । ଏହି ଡଙ୍ଗାରେ ୧୦୦ରୁ ଅଧିକ ଯାତ୍ରୀ ଥିଲେ । କିନ୍ତୁ ନଦୀର ମଝିରେ ପହଞ୍ଚିବା ବେଳକୁ ପ୍ରବଳ ପବନରେ ଡଙ୍ଗାଟି ଭଅଁରରେ ଫସି ହଠାତ୍ ଓଲଟିପଡିଥିଲା । ଫଳରେ ସମସ୍ତ ଯାତ୍ରୀ ଓ ନାଉରୀ ନଦୀରେ ପଡିଥବଲେ । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି । ଉଦ୍ଧାର ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ୧୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନେ ନିଖୋଜ ଅଛନ୍ତି ।

 

Related posts

ଆଇଏନଏସ ବିକ୍ରମାଦିତ୍ୟ ଉପରେ ଏଲସିଏ ନେଭିର ସଫଳ ଅବତରଣ

mahabharatanews

ରାଜଧାନୀର ସମସ୍ତ ସ୍ମାରକୀ ଆସନ୍ତା ୩୧ ପର୍ଯ୍ୟନ୍ତ ବନ୍ଦ

mahabharatanews

ଦେଶର ୩୦୦ ବରିଷ୍ଠ ବ୍ୟକ୍ତିବିଶେଷ ପେଗାସସ୍ ଶିକାର

mahabharatanews