ଖାରତୁମର: ସୁଦାନର ପୂର୍ବତନ ରାଷ୍ଟ୍ରପତି ଉମର ଅଲ ବସିରଙ୍କ ବିପକ୍ଷରେ ଥିବା ଅର୍ଥ ହେରଫେର ଓ ଦୁର୍ନୀତି ମାମଲାରେ ବସିରଙ୍କୁ ୨ ବର୍ଷର ଜେଲ ଦଣ୍ଡ ହୋଇଛି । ଖାରତୁମର ଏକ କୋର୍ଟ ବସିରଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ବସିରଙ୍କ ବିରୋଧରେ ·ଲିଥିବା ଆଇନଗତ ପ୍ରକ୍ରିୟାର ପ୍ରଥମ ପଦକ୍ଷେପ ସ୍ୱରୂପ ଏହି ଦଣ୍ଡାଦେଶ ଦିଆଯାଇଛି । ଡାରଫୁର ସଂଘର୍ଷ ସମୟରେ ନର ସଂହାର ଏବଂ ଯୁଦ୍ଧ ଅପରାଧ ଅଭିଯୋଗରେ ଆନ୍ତର୍ଜାତିକ ଅପରାଧ ନ୍ୟାୟାଳୟ ବସିରଙ୍କୁ ଆଇନ ପ୍ରକ୍ରିୟା ଭିତରକୁ ଆଣିବାକୁ ଚେଷ୍ଟା କରୁଥିଲା ।
ବସିରଙ୍କ ଏକଛତ୍ରବାଦୀ ଶାସନର ଅନ୍ତଃ ଘଟାଇବା ଲାଗି ସୁଦାନର ଆନ୍ଦୋଳନକାରୀମାନେ ବିଦ୍ରୋହ କରିବା ପରେ ଏଭଳି ନିଷ୍ପତ୍ତି ହୋଇଛି । ତିନି ଦଶନ୍ଧି ଧରି କ୍ଷମତାରେ ଥିବା ବସିରଙ୍କ ଯୋଗୁ ଆମେରିକା ଦ୍ୱାରା ପ୍ରାୟୋଜିତ ଆତଙ୍କବାଦ ତାଲିକାରେ ସୁଦାନ ସ୍ଥାନ ପାଇଥିଲା । ତ୍ରୁଟିପୂର୍ଣ୍ଣ ପରି·ଳନା ଓ ଆମେରିକାର ପ୍ରତିବନ୍ଧକ ଯୋଗୁ ସୁଦାନର ଅର୍ଥ ବ୍ୟବସ୍ଥାରେ ଅବନତି ଦେଖାଦେଇଥିଲା । ସେଠାକାର ଅଧିବାସୀମାନେ ପ୍ରାୟ ଏକ ମାସ ଧରି ଦେଶ ବ୍ୟାପୀ ପ୍ରଦର୍ଶନ କରିବା ପରେ, ସୁଦାନ ସେନା ଗତ ଏପ୍ରିଲରେ ବସିରଙ୍କୁ ଗିରଫ କରିଥିଲା ।