ଭାରତରାଜନୀତି

ଉପରାଷ୍ଟ୍ରପତି ନିର୍ବାଚନ ୨୦୨୨

ଭୋଟଦେଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ତୁଙ୍ଗ ନେତା
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଦିନ ୧୦ ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହ ମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା. କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ଗଜେନ୍ଦ୍ର ସିଂ ଶେଖାୱାତ, ଜିତେନ୍ଦ୍ର ସିଂହ ପ୍ରମୁଖ ଭୋଟ ଦେଇଥିଲେ। ସୂଚନା ଅନୁସାରେ ଟିଏମସି ପକ୍ଷରୁ କୌଣସି ସାଂସଦ ଭୋଟ ଗ୍ରହଣ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିନାହାଁନ୍ତି। କାରଣ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିବା ନେଇ ସ୍ପଷ୍ଟ କରିଥିଲେ। ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀନ ଧନଖଡ ଓ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଭୋଟ ଗ୍ରହଣ ସରିବା ପରେ ସନ୍ଧ୍ୟାରେ ଫଳାଫଳ ଘୋଷଣା କରାଯିବ ବୋଲି ସଂସଦର ସଚିବାଳୟ ପକ୍ଷରୁ ଜଣାପଡିଛି। ମାର୍ଗାରେଟ ଆଲଭାଙ୍କୁ କଂଗ୍ରେସ ସମେତ ଏନସିପି, ଆପ, ଟିଆରଏସ ସିପିଆଇ ସିପିଏମ ଆରଜେଡି, ଡିଏମକେ, ଏଆଇଡିଏମକେ, ଜେଏମଏମ, ଆରଏଲଡି ପ୍ରମୁଖ ଦଳ ସମର୍ଥନ କରୁଛନ୍ତି।

Related posts

ଅକ୍ଟୋବର ୩୧ ଯାଏ ଦେଶବ୍ୟାପୀ କୋଭିଡ୍ ଗାଇଡଲାଇନ୍ସ ଅବଧି ବୃଦ୍ଧି

mahabharatanews

ଲକ୍ଷିକା ଡାଗରଙ୍କ ବଡ ସଫଳତା ; ନ୍ୟୁଜ ଆଙ୍କରରୁ ଏବେ ଗାଁ ସରପଞ୍ଚ

mahabharatanews

୩୬ ଘଣ୍ଟାରେ ପାକିସ୍ତାନର ମାକରନ ଉପକୂଳ ଛୁଇଁବ ଶାହିନ

mahabharatanews