ଓଡିଶା

ବରିଷ୍ଠ ମାଓ କ୍ୟାଡରର ଏନକାଉଣ୍ଟରରେ ମୃତ୍ୟୁ

ଭୁବନେଶ୍ୱର: ପୁଲିସ୍ ଏନ୍କାଉଣ୍ଟରରେ ମାଓ ସଂଗଠନର ଜଣେ ବରିଷ୍ଠ କ୍ୟାଡର ମୃତ । ବରଗଡ ପଦମପୁର ଥାନା ଅଧୀନ ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ପୁଲିସକୁ ମିଳିଛି ଏହି ସଫଳତା ମିଳିଛି ବୋଲି ଡିଜିପିଙ୍କ କହିଛନ୍ତି ।
ସଂରକ୍ଷିତ ଜଙ୍ଗଲରେ ରାଜ୍ୟ ପୁଲିସ୍ର ଏକ ମିଳିତ ଟିମ୍ ପକ୍ଷରୁ ସର୍ଚ୍ଚ ଚାଲିଥିବା ବେଳେ ମାଓବାଦୀମାନେ ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ଫଳରେ ପୁଲିସ ପାଲଟା ଗୁଳି ଚଳାଇଥିଲା । ଏଥିରେ ଜଣେ ବରିଷ୍ଠ ମାଓବାଦୀ କ୍ୟାଡର ନିହତ ହୋଇଛି। ଘଟଣାସ୍ଥଳରୁ ଗୋଟିଏ ଏକେ ୪୭ ବନ୍ଧୁକ ସହିତ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ପୁଲିସ୍ ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଡିଜିପି ଅଭୟ କହିଛନ୍ତି, ମାଓ ସଂଗଠନରେ ସାଧାରଣତଃ ସିନିୟର କ୍ୟାଡରମାନେ ଏକେ ୨୭ ବନ୍ଧୁକ ବ୍ୟବହାର କରନ୍ତି। ତେଣୁ ମୃତ ମାଓବାଦୀ ଜଣେ ସିନିୟର କ୍ୟାଡର ବୋଲି ଅନୁମାନ କରାଯାଉଛି। ତେବେ ମୃତ ମାଓବାଦୀର ପରିଚୟ ସ୍ପଷ୍ଟ ହୋଇପାରିନି।

 

Related posts

ଦୁଗ୍ଧ ଶୀତଳ ଭଣ୍ଡାର ଉଦଘାଟିତ

mahabharatanews

ବସକୁ ଧକ୍କା ଦେଲା ଟ୍ରକ୍, ୨ ଗୁରୁତର ୫ ଆହତ

mahabharatanews

୪୦ ଡିଗ୍ରୀ ଡେଇଁବ ପାରଦ

mahabharatanews