ଅପରାଧ

ଘରୁ ଡାକି ନେଇ ଗ୍ରାମରକ୍ଷୀଙ୍କୁ ଗୁଳିକରି ହତ୍ୟା

ରାୟଗଡା: ରାୟଗଡା ଜିଲ୍ଲା ମୁନିଗୁଡାରେ ମାଓ ତାଣ୍ଡବ। ଗତରାତିରେ ଘରୁ ଡାକି ନେଇ ଜଣେ ଗ୍ରାମରକ୍ଷୀଙ୍କୁ ଗୁଳିକରି ହତ୍ୟା । ପୁଲିସ ଇନଫର୍ମର ସନ୍ଦେହରେ ଏହି ହତ୍ୟା କରାଯାଇଛି । ଅମ୍ବାଦଳା ଥାନା ଅନ୍ତର୍ଗତ ଟିକରପଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଗାଁ ନିକଟରୁ ମୃତକଙ୍କ ମୃତଦେହ ଉଦ୍ଧାର ହୋଇଛି ।
ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଟିକରପଡା ଗାଁର ସନ୍ତୋଷ ଦଣ୍ଡସେନା ଗ୍ରାମରକ୍ଷୀ ଭାବେ କାର୍ଯ୍ୟକରୁଥିଲେ । ଗତକାଲି ସନ୍ତୋଷ ଘରେ ଥିବା ବେଳେ ତାଙ୍କୁ ଘରୁ କିଛି ଲୋକ ଡାକି ନେଇଥିଲେ । ଆଜି ସକାଳୁ ଗାଁ ନିକଟରୁ ସନ୍ତୋଷଙ୍କ ମୃତଦେହ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ମୃତ ଦେହ ନିକଟରେ ୨ଟି ଚିଠି ମାଓବାଦୀ ଛାଡି ଯାଇଛନ୍ତି । ବାଂଶଧାରା ଘୁମୁସର ନାଗାବଳି ଡିଭିଜିନାଲ ମାଓ କମିଟି ଲେଖା ଯାଇଛି । ଏଥିରେ ଉଲ୍ଲେଖ ଅଛି ପୂର୍ବରୁ ସନ୍ତୋଷକୁ ବହୁବାର ତାଗିଦ୍ କରାଯାଇଥିଲା । ତଥାପି ସନ୍ତୋଷ ପୁଲିସ ଇନଫରମର କାମ କରୁଥିଲେ । ଏଥିସହ ସେ ଅଞ୍ଚଳର କିଛି ଯୁବକଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ପୁଲିସ ଇନଫର୍ମର ଭାବେ କାମ କରିବାକୁ ପ୍ରବର୍ତ୍ତାଉଥିଲେ । ତେଣୁ ତାଙ୍କୁ ହତ୍ୟା କରାଯାଇଛି । ଅନ୍ୟମାନେ ଇନଫର୍ମର କାର୍ଯ୍ୟରୁ ଯଦି ନ ଓହରନ୍ତି ସେମାନଙ୍କୁ ମଧ୍ୟ ସମାନ ଦଣ୍ଡ ଦିଆଯିବ ବୋଲି ଉଲ୍ଲେଖ ରହିଛି ।

 

Related posts

୧୯୬ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର

mahabharatanews

୧୫ ବର୍ଷର ଝିଅ ହେଲା ଗର୍ଭବତୀ ! ସାମ୍ନାକୁ ଆସିଲା ପ୍ରକୃତ ସତ

mahabharatanews

ବନ୍ଧୁକ ମୁନରେ ୬ ଲକ୍ଷ ଟଙ୍କା ଲୁଟିନେଲେ

mahabharatanews