ଅପରାଧଓଡିଶା

ମଦ ବ୍ୟବସାୟୀଙ୍କୁ ଲାଞ୍ଚମାଗି ନିଲମ୍ବିତ ଅବକାରି ଅଧୀକ୍ଷକ

(ଗୁଣୁପୁର) ; ଅବକାରୀ ଅଧୀକ୍ଷକଙ୍କୁ ମଦ ବ୍ୟବସାୟୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା । ଶେଷରେ ନିଲମ୍ବିତ ହେଲେ ରାୟଗଡା ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ନାୟକ । ରାୟଗଡା ଜିଲ୍ଲା ଗୁଣୁପୁର ସହରରେ ଥିବା ଏକ ଲଜରେ ମଦ ବ୍ୟବସାୟୀଙ୍କ ମ୍ୟାନେଜରଙ୍କୁ ଲାଞ୍ଚ ମାଗୁଥିବା ଭିଡିଓ ଭାଇରାଲ୍ ହୋଇଥିଲା । ପୂର୍ବରୁ ଏଭଳି ଅଭିଯୋଗରେ ୨ ଜଣ ଅବକାରୀ କନେଷ୍ଟବଳ ଚାକିରୀରୁ ବହିଷ୍କୃତ ହୋଇଥିଲେ ।
ସେପଟେ ନିଲମ୍ବିତ କନେଷ୍ଟବଳଙ୍କ ସ୍ତ୍ରୀ ପ୍ରଜ୍ଞା ପରମିତା ଗରାବଡୁ ଅଧୀକ୍ଷକଙ୍କ ସମେତ ଜିଲ୍ଲାର ଜଣେ ପ୍ରତିଷ୍ଠିତ ମଦ ବ୍ୟବସାୟୀ ହରି ମହାନ୍ତି ଅବକାରୀ ବିଭାଗରେ ସବୁ ଅନିୟମିତତା ଦୁର୍ନୀତି ବେଆଇନ ଗଞ୍ଜେଇ ଚାଲାଣ ଓ ହତ୍ୟା ଷଡଯନ୍ତ୍ରର ମୁଖ୍ୟ ବୋଲି ଅଭିଯୋଗ ଆଣିଥିଲେ। ଏହି ଘଟଣାରେ ସେ ରାଜନୈତିକ ସଂପୃକ୍ତି କଥା ମଧ୍ୟ କହିଥିଲେ । ଏବଂ ମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିଥିଲେ।

 

Related posts

ପ୍ରତାପ ଷଢଙ୍ଗୀଙ୍କ ବିରୋଧରେ ଫେରାଦ ହେଲେ ବିଜେଡି

mahabharatanews

ସଟଡାଉନ ବେଳେ ଅସୁସ୍ଥ ଗାଈର ଚିକିତ୍ସା କଲେ ଗୃହରକ୍ଷୀ

mahabharatanews

ବଦଳିଲା ଆଇଏସ୍ ଦାୟିତ୍ୱ

mahabharatanews