ଓଡିଶା

ଲାଲବାହିନୀର ହିଂସା: ଜାଳିଦେଲେ ଏକ ବସ ସହ ୩ଗାଡି

(ଭୁବନେଶ୍ୱର) : ଦିନକୁ ଦିନ ଲାଲବାହିନୀର ଉତ୍ପାତ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ  ରାଜ୍ୟର ସୀମାନ୍ତରେ ପୁଣି ମାତିଲେ ଲାଲାବାହିନୀ । ଛତିଶଗଡ଼-ଓଡ଼ିଶା ସୀମାନ୍ତରେ ମାତିଛନ୍ତି ମାଓବାଦୀ । ସୁକୁମା ଜିଲ୍ଲାରେ ଲଙ୍କାକାଣ୍ଡ ଭିଆଇଛନ୍ତି । ଗୋଟିଏ ବସ୍ ସମେତ ୩ଟି ଗାଡ଼ିରେ ନିଆଁ ଲଗାଇ ଦେଲେ ଲାଲବାହିନୀ । ସୁରକ୍ଷା ବାହିନୀ ଘଟଣାସ୍ଥଳରେ କମ୍ବିଂ ଅପରେସନ ଆରମ୍ଭ କରିଛି ।

ସୂଚନାନୁଯାୟୀ , ଆସିରଗୁଡା ନିକଟରେ ମୁଖ୍ୟରାସ୍ତାରେ ବସ୍ ଅଟକାଇ ଜାଳିଦେଲେ ମାଓବାଦୀ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ସୁରକ୍ଷା ବାହିନୀ । ସୁରକ୍ଷା ଦୃଷ୍ଟି କୋଣରୁ ସୁକୁମା-କୋଣ୍ଟା ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ କରାଯାଇଛି । ୧୫ ରୁ ୨୦ମାଓବାଦୀ ପୋଡ଼ାଜଳାରେ ସାମିଲ ହୋଇଥିବା ସୂଚନା ମିଳିଛି ।

 

Related posts

କୋଇଲା ବୋଝେଇ ଟ୍ରେନରେ ନିଆଁ

mahabharatanews

 ଆଜି ପ୍ରଥମ କାଶ୍ମୀର ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ବିଜେଡିରେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ

mahabharatanews