ଓଡିଶା

ମାର୍ଚ୍ଚ ୨୮ ତାରିଖରୁ ଖୋଲିବ ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର : ମାର୍ଚ୍ଚ ୨୮ ତାରିଖରୁ ଖୋଲିବ ସମସ୍ତ ଅଙ୍ଗନବାଡି କେନ୍ଦ୍ର । କରୋନା କଟକଣା ଦୃଷ୍ଟିରୁ ପ୍ରାୟ ବର୍ଷକ ପୂର୍ବରୁ ବନ୍ଦ କରାଯାଇଥିଲା ସମସ୍ତ ଅଙ୍ଗନବାଡି କେନ୍ଦ୍ର । କିନ୍ତୁ କରୋନା ସଂକ୍ରମଣ କମିବା ହେତୁ ପୁଣି ୪ ଦିନ ପରେ ଖୋଲିବାକୁ ଯାଉଛି ଅଙ୍ଗନବାଡି । ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି । ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଯାଏଁ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ଏସଓପିରେ କୁହାଯାଇଛି। ଏନେଇ ଆଇସିଡିଏସ୍ ନିର୍ଦ୍ଦେଶକ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

 

ଏଥି ମଧ୍ୟରେ ଆହୁରି ମଧ୍ୟ ଘୋଷଣା କରାଯାଇଛି ଯେ, ଅଙ୍ଗନବାଡି କେନ୍ଦ୍ର ଖୋଲିବା ପରେ କିଛି ସମସ୍ୟା ଦେଖା ଦିଏ ତେବେ ସେନେଇ ସ୍ଥାନୀୟ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବେ । ଏଥିସହ ସମସ୍ତ କର୍ମୀ ଦୁଇଟି କୋଭିଡ ଟିକା ନେଇଚ୍ଛିବା ବାଧ୍ୟତା ମୂଳକ । ଯଦି କେହି ଉଦ୍ଦେଶ୍ୟମୂଳକ ଭାବେ ଟିକା ନେଇନଥିବେ ତେବେ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

Related posts

ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

mahabharatanews

ବର୍ଷା ଲାଗି ସ୍କୁଲ ଛୁଟି

mahabharatanews

କୋଭିଡ୍ ଗାଇଡ୍ ଲାଇନରେ ହେବ ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ଯାତ୍ରା

mahabharatanews