ମନୋରଞ୍ଜନ

ଫ୍ଲାଟରୁ  ମରାଠୀ ଅଭିନେତା-ନିର୍ଦ୍ଦେଶକ ରବିନ୍ଦ୍ର ମହାଜନୀଙ୍କ ମୃତ ଦେହ ଉଦ୍ଧାର

(ପୁନେ) : ଫ୍ଲାଟରୁ  ମରାଠୀ ଅଭିନେତା-ନିର୍ଦ୍ଦେଶକ ରବିନ୍ଦ୍ର ମହାଜନୀଙ୍କ ମୃତ ଦେହ ଉଦ୍ଧାର । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷି ହୋଇଥିଲା ।  ମୁମ୍ବାଇର ବାସିନ୍ଦା ମହାଜନୀ ପ୍ରାୟ ଆଠ ମାସ ଧରି ଜର୍ବିୟା ସୋସାଇଟି, ଆମ୍ବି, ତାଲଗାଓଁ ଦାବାଡେସ୍ଥି ଥିବା ଏକ ଭଡା ଘରେ ରହୁଥିଲେ । ଆପାର୍ଟମେଣ୍ଟରୁ ଦୁର୍ଗନ୍ଧ ବାହାରିବା ପରେ ପଡୋଶୀମାନେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୪ .୩୦  ସମୟରେ ପୋଲିସକୁ ସୂଚନା ଦେଇଥିଲେ। ବର୍ତ୍ତମାନ ଅଭିନେତାଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।

ସୂଚନାନୁଯାୟୀ ,  ଘରର କବାଟ ଭାଙ୍ଗି ଅଭିନେତାଙ୍କ ମୃତଦେହ ଜବତ କଲା ପୋଲିସ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଘରର ତାଲା ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲା । ସେଠାକାର ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅଭିନେତାଙ୍କ ମୃତ ଦେହ ଘର ଭିତରେ ପଡିରହିଥିଲା । ଆପାର୍ଟମେଣ୍ଟର ମାଲିକ ମୃତ ଦେହଟି ମରାଠୀ ଅଭିନେତା-ନିର୍ଦ୍ଦେଶକ ରବିନ୍ଦ୍ର ମହାଜନୀଙ୍କର ବୋଲି କହିଥିଲେ ।

Related posts

ରିଲିଜ୍ ହେଲା ‘Pushpa 2’ର ଦ୍ୱିତୀୟ ଗୀତ

mahabharatanews

ଚର୍ଚାରେ ଗ୍ଲୋବାଲ୍‌ ଆଇକନ୍‌ ରିହାନ୍ନାଙ୍କ ନୃତ୍ୟ 

mahabharatanews

 OTTରେ ‘ଶୈତାନ’

mahabharatanews