ଓଡିଶା

ରାଷ୍ଟ୍ରୀୟ ମାର୍ଯ୍ୟାଦାରେ ହେବ ସରୋଜ ଦାସଙ୍କ ଶେଷକୃତ୍ୟ

(ଭୁବନେଶ୍ୱର) : ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲା ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀର । ସିକ୍କିମର ପ୍ରଳୟଙ୍କରୀ ବନ୍ୟାରେ ଭାସି ଯାଇଥିଲେ ଓଡ଼ିଆ ଯବାନ । ବିମାନବନ୍ଦରରେ ପହଞ୍ଚିବା ପରେ ସହିଦ ସରୋଜ ଦାସଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି ।

ସୂଚନାନୁଯାୟୀ ,  ପୈତୃକ ଗାଁ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢ଼ିପ ଗାଁକୁ ନିଆଯିବ ପାର୍ଥିବ ଶରୀର । ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦିଆଯିବା ପରେ ରାଷ୍ଟ୍ରୀୟ ମାର୍ଯ୍ୟାଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ । ଗତକାଲି ସହିଦ ସରୋଜଙ୍କ ପାର୍ଥିବ ଶରୀର ଓଡ଼ିଶାର ଆସିବାର ଥିଲା । କୌଣସି କାରଣବଶତଃ ଆସିପାରି ନଥିଲା । ଆଜି ସହିଦ ସରୋଜଙ୍କ ପାର୍ଥିବ ଶରୀର ଅପରାହ୍ନ ୧ .୪୫ ମିନିଟରେ ଭୁବନେଶ୍ୱର ପହଞ୍ଚିଛି।

Related posts

ଶୁଣିଲାନି ପ୍ରଶାସନ, ଗାଁ ରାସ୍ତା ତିଆରି କଲେ ଯୁବଗୋଷ୍ଠୀ

mahabharatanews

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

mahabharatanews

ପ୍ରେମକୁ ମିଳିଲାନି ସ୍ୱୀକୃତି: ବେକରେ ଦଉଡି ଦେଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

mahabharatanews