ଓଡିଶା

ରେଳ ଦୁର୍ଘଟଣା : ଏସସିବିରେ ଆଖି ବୁଜିଲେ ଆଉ ଜଣେ ଆହତ 

(ବାଲେଶ୍ଵର): ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ଏସସିବିରେ ଚିକିତ୍ସାଧୀନ ଥିବା ଆଉ ଜଣଙ୍କର ମୃତ୍ୟୁ  ଘଟିଛି ମୃତକ ହେଲେ ବିହାରର ମନୀଷ କୁମାର(୨୪)। ସେ ଗତ  ୩ ତାରିଖରେ ଏସସିବିରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ଦିନ ଧରି ଚିକିତ୍ସା ପରେ ଆଜି ସେ ମୃତ୍ୟବରଣ କରିଛନ୍ତି। ଏହାକୁ ମିଶାଇ ଏସସିବିରେ ବର୍ତ୍ତମାନ ୫ ଜଣ ଟ୍ରେନ ଟ୍ରାଜେଡିରେ ଆହତଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଏସସିବିରେ ମୋଟ ୨୨ଜଣ ବାହାନଗା ଟ୍ରେନ ଟ୍ରାଜେଡି ଆହତ ଚିକିତ୍ସା ହେଇଛନ୍ତି । ସେଥିମଧ୍ୟରୁ ୫ ଜଣ ଆଇସିୟୁରେ ଥିବା ବେଳେ ଅନ୍ୟ  ୧୭ ଜଣ ୱାର୍ଡରେ ଚିକିତ୍ସାଧୀନ ରହିଛନ୍ତି।

 

ସୂଚନାନୁଯାୟୀ, ଚଳିତ ମାସ ୨ ତାରିଖ ଦିନ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଅପ୍‌ ଲାଇନ୍‌ରେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ ବାହାନଗା ବଜାର ରେଳଷ୍ଟେସନ୍‌ରେ ଲୁପ୍‌ ଲାଇନ୍‌ରେ ଛିଡ଼ା ହୋଇଥିବା ଏକ ମାଲ୍‌ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ୨୯୨ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୨ ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।

Related posts

ଅଜଣା ଗାଡି ଧକ୍କାରେ ୨ ବାଇକ୍ ଆରୋହୀ ଆହତ

mahabharatanews

ଜଳୁଛି ରାଜ୍ୟ : ୨୧ଟି ସହରରେ ୪୦ଡିଗ୍ରୀ ପାର

mahabharatanews

ଖଣି ପ୍ରକଳ୍ପ ବାତିଲ ଦାବିରେ ରାଜ୍ୟବ୍ୟାପି ପ୍ରତିବାଦ ଦିବସ

mahabharatanews