ଜେନେଭା: ସମ୍ପ୍ରତି ସାରା ବିଶ୍ୱ କରୋନା ଭୂତାଣୁର କବଜାରେ ଥିବା ବେଳେ ଏହି ଭୂତାଣୁକୁ ନେଇ ବିଭିନ୍ନ ଗବେଷଣାତ୍ମକ ରିପୋର୍ଟ ପ୍ରକାଶ ପାଉଛି । ନିକଟରେ ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ ଗବେଷଣା ପରେ କହିଥିଲେ ଏହି ମାରାତ୍ମକ ଭୂତାଣୁ ବାୟୁରେ ଅଧିକ ଦ୍ରୁତ ବେଗରେ ସଂକ୍ରମିତ ହୋଇଥାଏ । ଏହା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ଏକ ସଦ୍ୟ ରିପୋର୍ଟ ଆସିଛି । କରୋନା ଭୂତାଣୁ ବାୟୁରେ ଅଧିକ ସଂକ୍ରମିତ ହେବା ନେଇ ଏ ପର୍ୟ୍ୟନ୍ତ କୌଣସି ପକ୍କା ପ୍ରମାଣ ମିଳିନାହିଁ ବୋଲି ଡବ୍ଲ୍ୟୁଏଚ୍ଓାର ସଂକ୍ରମଣ ନିୟନ୍ତ୍ରଣ ବୈଷୟିକ ମୁଖ୍ୟ ଡକ୍ଟର ବେନେଡେଟ୍ଟା କହିଛନ୍ତି ।
ଗବେଷକମାନେ କୋଭିଡ୍-୧୯ ସଂକ୍ରମଣ ବ୍ୟାପିବା ସଂକ୍ରାନ୍ତରେ ଡବ୍ଲ୍ୟୁଏଚ୍ଓତ ଏହାର ସୁପାରିଶଗୁଡ଼ିକ ସଂଶୋଧନ କରିବାକୁ ଦାବି ହୋଇଥିଲା। ତେବେ ଭୂତାଣୁ ବାୟୁ ମାଧ୍ୟମରେ ସଂକ୍ରମିତ ହେବା ବିଷୟରେ ଡବ୍ଲ୍ୟୁଏଚ୍ଓି କୌଣସି ପକ୍କା ପ୍ରମାଣ ପାଇନାହିଁ। ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ ମହାନିର୍ଦ୍ଦେଶକ ଶେଖର ମାଣ୍ଡେ କହିଛନ୍ତି, ବାୟୁରେ ଭୂତାଣୁ ଦୀର୍ଘ ସମୟ ତିଷ୍ଠି ରହି ପାରିବ ନାହିଁ। ସେ କହିଛନ୍ତି, ମାସ୍କ୍ ପରିଧାନ କରିବା ଓ ଶାରୀରିକ ଦୂରତା ବଜାୟ ରଖିବା ଦ୍ୱାରା ଜଣେ ବ୍ୟକ୍ତି ନିଜକୁ ଏହି ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରଖିପାରିବ।
previous post
