ଅପରାଧ

ସାଲେପୁର ପୋଲିସର ମାସ୍କ ଚେକିଂ

(ତାରାକାନ୍ତ ନାୟକ/ସାଲେପୁର): ରାଜ୍ୟରେ ମହାମାରୀ କରୋନା ଦିନକୁ ଦିନ କାୟା ବିସ୍ତାର କରୁଛି । କରୋନା କବଳରୁ ସୁରକ୍ଷା ପାଇଁ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ପାଇଁ ସରକାର ନିର୍ଦେଶ ଜାରି କରିଛନ୍ତି । ଏହାକୁ ଖାତିର କରୁ ନଥିବା ଅମାନିଆଙ୍କୁ ବାଟକୁ ଆଣିବା ପାଇଁ ମାସ୍କ ଚେକିଂ ମଧ୍ୟ କରାଯାଉଛି । କଟକ ଜିଲ୍ଲା ସାଲେପୁର ଥାନା ପକ୍ଷରୁ ଜୋର ସୋରରେ ମାସ୍କ ଚେକିଂ ଆରମ୍ଭ ହୋଇଛି । ପୋଲିସ ପକ୍ଷରୁ ସାଲେପୁର ଅଂଚଳରେ ମାସ୍କ ଚେକିଂ କଡାକଡି କରାଯାଇଛି। ମାସ୍କ ପିନ୍ଧି ନ ଥିବା ବ୍ୟକ୍ତିମାନଙ୍କ ଠାରୁ ପୋଲିସ ଫାଇନ ଆଦାୟ କରିଛି । ଯାହା ଫଳରେ କିଛି ଅମାନିଆ ଫାଇନ ଦେଇ ସାବାଡ଼ ହୋଇଛନ୍ତି।

Related posts

ଏକ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଗଞ୍ଜେଇ ଜବତ କଲା କୋରାପୁଟ ପୁଲିସ

mahabharatanews

ପ୍ରେମରୁ ହତ୍ୟାକାଣ୍ଡ, ପ୍ରେମିକକୁ ଆଜୀବନ କାରାଦଣ୍ଡ

mahabharatanews

ଟଙ୍କା ମାଗିବାରୁ ପାନ ଦୋକାନୀକୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କଲେ ଦୁର୍ବୁତ୍ତ

mahabharatanews